ଶ୍ରାବଣ ମାସରେ କରନ୍ତୁ ନାହିଁ ଏହି ୬ଟି କାର୍ଯ୍ୟ, ନଚେତ୍ ଡାକିଆଣିବେ ର୍ଦୁଭାଗ୍ୟକୁ

ଶାସ୍ତ୍ରପୁରାଣ ଅନୁଯାୟୀ ଶ୍ରାବଣ ମାସର ମହିମା ଅନେକ । ଭଗବାନ ଶିବଙ୍କ କୃପା ଲାଭ ପାଇଁ ଏହି ମାସ ବେଶ୍ ଶୁଭ । କିନ୍ତୁ ଏଭଳି କିଛି କାମ ରହିଛି, ଯାହାକୁ ଆପଣ ଏହି ମାସରେ କରିବା ଦ୍ୱାରା ଶିବ ପ୍ରକୋପର ପ୍ରଭାବ ଆପଣଙ୍କ ଉପରେ ପଡ଼ିଥାଏ । ଆପଣ ର୍ଦୁଭାଗ୍ୟକୁ ଡାକି ଆଣିବା ଭଳି ପରିସ୍ଥିତି ସୃଷ୍ଟି ହୁଏ । ବାସ୍ତୁ ଓ ଜ୍ୟୋତିଷ ପଣ୍ଡିତମାନଙ୍କ ମତାନୁଯାୟୀ ୬ଟି କାର୍ଯ୍ୟ ଶ୍ରାବଣ ମାସରେ କରିବା ଉଚିତ୍ ନୁହେଁ ।

ଆସନ୍ତୁ ଜାଣିବା କ’ଣ ସେହି ୬ଟି କାର୍ଯ୍ୟ –
୧- ଶ୍ରାବଣ ମାସରେ ଆପଣ କେବେ ମଧ୍ୟ ନୀଳରଙ୍ଗର ପୋଷାକ ପିନ୍ଧନ୍ତୁ ନାହିଁ । ଏହା ଆପଣଙ୍କ ପାଇଁ ନକାରାତ୍ମକ ଭାବନା ସୃଷ୍ଟି କରିଥାଏ ।
୨- ଶନିଙ୍କ ଉପରେ ସୋରିଷ ତେଲ ଅର୍ପଣ କରାଯାଉଥିବାରୁ ଶ୍ରାବଣ ମାସରେ ଏହାକୁ ବ୍ୟବହାର କରନ୍ତୁ ନାହିଁ ।
୩- ଶ୍ରାବଣ ମାସରେ କୌଣସି ପଶୁକୁ କଷ୍ଟ ଦିଅନ୍ତୁ ନାହିଁ କିମ୍ବା ମାଡ଼ ମାରନ୍ତୁ ନାହିଁ ।
୪- ଶ୍ରାବଣ ମାସରେ କୌଣସି ଛୋଟ ପିଲାଙ୍କୁ ମୁଣ୍ଡନ କରାଇବା ଉଚିତ୍ ନୁହେଁ ।
୫- ଶ୍ରାବଣ ମାସରେ ଭଗବାନ ଶିବ ପୃଥିବୀ ପୃଷ୍ଠରେ ବିଚରଣ କରିଥାନ୍ତି ବୋଲି ବିଶ୍ୱାସ ରହିଛି । ତେଣୁ ଶ୍ରାବଣ ମାସରେ କୌଣସି ଭୋକିଲା, ଗରୀବ କିମ୍ବା ସାଧୁସନ୍ଥଙ୍କୁ ଉପହାସ ଓ ଅନାଦର କରନ୍ତୁ ନାହିଁ । ଏଭଳି କରିବା ଦ୍ୱାରା ଆପଣ ଭଗବାନ ଶିବଙ୍କୁ ଅପମାନ କଲାଭଳି କାମ କରିଛନ୍ତି ବୋଲି ଶାସ୍ତ୍ରରେ ଲେଖାଅଛି ।
୬- ଭଗବାନ ଶିବଙ୍କୁ ଆଖୁ ଭୋଗ ଲଗାଯାଏ ନାହିଁ । ତେଣୁ ଶ୍ରାବଣ ମାସରେ ଆଖୁ ଖାଇବା ଓ ଆଖୁ ରସ ପିଇବାରୁ ଦୂରେଇ ରୁହନ୍ତୁ ।

Leave a Reply

Your email address will not be published. Required fields are marked *