ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ
ଜଗତସିଂହପୁର, (ଓଟି): ବିଷଧର ସାପ କାମୁଡ଼ିବା ହେତୁ ଜଗତସିଂହପୁର ଏରସମା ସ୍ଥିତ ଚମ୍ପାହାଟ ଡିହ ସାହିର ନନ୍ଦିନୀ ନାୟକଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କ ବୟସ ୫୫ ବର୍ଷ ହୋଇଥିଲା । ସେ ମଧ୍ୟାହ୍ନ ଭୋଜନ କରୁଥିବା ସମୟରେ ତାଙ୍କ ପଛଆଡ଼ୁ ଏକ ସାପ କାମୁଡ଼ିଥିଲା । ସାପ କାମୁଡ଼ିବା ଶୁଣି ତାଙ୍କ ସ୍ୱାମୀ ସୁକାନ୍ତ ଚରଣ ନାୟକ ନନ୍ଦିନୀଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଆସିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ପ୍ରତିବର୍ଷ ବର୍ଷା ଦିନରେ ଏହିପରି ଭାବେ ସାପ କାମୁଡ଼ା ହେତୁ ଲୋକଙ୍କ ଜୀବନ ଯାଉଛି । ବିଭିନ୍ନ ପ୍ରକାର ପ୍ରକୃତିକ ବିପର୍ଯ୍ୟୟର ଶିକାର ହେଉଥିବା ଓଙ୍ଗ଼ିଶାରେ ବିପର୍ଯ୍ୟୟ ହେତୁ ଯେତିକି ଜୀବନ ଯାଉ ନାହିଁ ତା’ଠୁ ଏହି ସାପକାମୁଡ଼ା ଜନିତ ମୃତ୍ୟୁ ଅଧିକ ବୋଲି ଜଣାପଡ଼ିଛି ।