‘ଦବଙ୍ଗ ୩’ର ସୁଟିଂ ଶେଷ କଲେ ସୋନାକ୍ଷୀ

ଦବଙ୍ଗ ଫାଞ୍ଚାଇଜର ୩ୟ ସଂସ୍କରଣ ‘ଦବଙ୍ଗ ୩’ ଚଳିତବର୍ଷର ଶେଷ ସୁଦ୍ଧା ରିଲିଜ୍ କରାଯିବାର ଯୋଜନା ରହିଛି । ପୂର୍ବ ଦୁଇଟି ଫିଲ୍ମ ଭଳି ସୋନାକ୍ଷୀ ଏଥିରେ ସଲ୍ଲୁଙ୍କ ଅନସ୍କ୍ରୀନ୍ ପତ୍ନୀ ଭୂମିକାରେ ପରଦା ଉପରକୁ ଆସିବେ । ସେ ନିକଟରେ ଏହି ଫିଲ୍ମର ସମସ୍ତ ସୁଟିଂ ସାରିଦେଇଛନ୍ତି । ଦବଙ୍ଗ ଗାର୍ଲ ସୋନାକ୍ଷୀ ଏହି ଖୁସି ଖବରକୁ ଏକ ଫଟୋ ସହିତ ଇନଷ୍ଟାଗ୍ରାମରେ ସେୟାର୍ କରିଛନ୍ତି । ସେ ଏକ ବ୍ଲାକ ଆଣ୍ଡ୍ ହ୍ୱାଇଟ୍ ଫଟୋ ସେୟାର୍ କରିଛନ୍ତି, ଯାହାର କ୍ୟାପସନ୍ ରହିଛି ‘ପ୍ୟାକଅପ୍’ ।

ଏଥର ‘ଦବଙ୍ଗ ୩’ର କାହାଣୀରେ ଚୁଲବୁଲ୍ ପାଣ୍ଡେଙ୍କ କଲେଜ୍ ଲାଇଫ୍ ଉପରେ ଅଧିକ ଫୋକସ୍ କରାଯିବ । ତେଣୁ ଏଥିରେ ଜଣେ ନୂଆ ଚେହେରାକୁ ସାମିଲ୍ କରାଯାଇଛି । ସେ ହେଉଛନ୍ତି ମହେଶ ମାଞ୍ଜେରେକରଙ୍କ ସାନ ଝିଅ ସାଇ ମାଞ୍ଜେରେକର୍ । ସଲ୍ଲୁ ଓ ସାଇଙ୍କ ଅନସ୍କ୍ରିନ୍ ରୋମାନ୍ସ ଫିଲ୍ମର ମୁଖ୍ୟ ଆକର୍ଷଣ ବୋଲି ଚର୍ଚ୍ଚା ହେଉଛି । ଚଳିତବର୍ଷ ସୋନାକ୍ଷୀଙ୍କର ବ୍ୟାକ୍ ଟୁ ବ୍ୟାକ୍ ୩ଟି ଫିଲ୍ମ ରିଲିଜ୍ ହେବ । ‘ଖାନଦାନୀ ସଫାଖାନା ୨’ ଆସନ୍ତା ଅଗଷ୍ଟ ୨ ତାରିଖରେ ରିଲିଜ୍ ହେବ । ଏହାର ଟ୍ରେଲରକୁ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି । ଏହାପରେ ଅଗଷ୍ଟ ୧୫ରେ ‘ମିଶନ୍ ମଙ୍ଗଲ ଓ ବର୍ଷ ଶେଷଭାଗରେ ରିଲିଜ୍ ହେବ ‘ଦବଙ୍ଗ ୩’ । ସୋନାକ୍ଷୀଙ୍କ ସହିତ ତାଙ୍କର ପ୍ରଶଂସକଙ୍କ ପାଇଁ ମଧ୍ୟ ଏ ବର୍ଷ ଖୁସିଭରା ହେବ ବୋଲି ଆଶା କରାଯାଉଛି ।

Leave a Reply

Your email address will not be published.