ଭୋଗ ଲଗାଇବା ସମୟରେ କରୁଛନ୍ତି ଏଭଳି ଭୁଲ୍, ହୋଇଯିବେ ଦରିଦ୍ର
ପ୍ରତିଦିନ ପୂଜା କରିବା ପରେ ଆମେ ଠାକୁରଙ୍କ ପାଖରେ ଭୋଗ ଲଗାଇଥାଉ । କିନ୍ତୁ ଭୋଗ ଲଗାଇବା ପାଇଁ ଆମ ଶାସ୍ତ୍ରରେ କିଛି ନିର୍ଦ୍ଦିଷ୍ଟ ନୀତିନିୟମ ରହିଛି । ସେଭଳି କେତୋଟି ନିୟମ ହେଉଛି –
୧) ପ୍ରତିଦିନ ଚିନି ଭୋଗ କିମ୍ବା ଏକାଭଳି ଭୋଗ ଲଗାନ୍ତୁ ନାହିଁ । ସପ୍ତାହରେ ୨-୩ ଥର ଭୋଗର ପ୍ରକାର ବଦଳାନ୍ତୁ । ପଚି ଯାଇଥିବା କିମ୍ବା ଶୁଖିଲା ଫଳ ଭୋଗ ଲଗାନ୍ତୁ ନାହିଁ ।
୨) ଭୋଗ ଲଗାଇବା ସମୟରେ ପୂଜା ଘରେ ଆପଣଙ୍କ ବ୍ୟତୀତ ଅନ୍ୟ କେହି ବ୍ୟକ୍ତି ରହିବା ଉଚିତ୍ ନୁହେଁ । ଭୋଗ ଲଗାଇବା ସମୟରେ ପୂଜା ଘର କବାଟ ବନ୍ଦ ରଖନ୍ତୁ ।
୩) ଭୋଗ ଲଗାଇବା ପରେ ଆପଣ କିଛି ସମୟ ବାହାରକୁ ଚାଲିଆସନ୍ତୁ ଏବଂ ୨-୩ ମିନିଟ୍ ପରେ ପୂଜା ଘରକୁ ଯାଇ ଭୋଗ ଆଣନ୍ତୁ ।
୪) ତରବରିଆ ଭାବେ ଭୋଗ ଲଗାନ୍ତୁ ନାହିଁ ।
୫) ଦୁର୍ଗାଙ୍କ ମୂର୍ତ୍ତି କିମ୍ବା କାଳୀଙ୍କ ମୂର୍ତ୍ତି ରଖି ପୂଜା କରୁଥିଲେ, ତାହାଙ୍କ ନିର୍ଦ୍ଦିଷ୍ଟ ପୂଜା ଓ ଭୋଗ ଲଗାଯିବା ବିଧି ଜାଣନ୍ତୁ ।
୬) ହନୁୁମାନଙ୍କୁ ଭୋଗ ଲଗାଉଥିଲେ କେବେ ମଧ୍ୟ ଫଳକୁ କାଟିବେ ନାହିଁ । ହନୁମାନଙ୍କ ଭୋଗରେ ଗୋଟାଫଳ ଅର୍ପଣ କରାଯିବାର ବିଧି ରହିଛି ।











