ଭାଇ ଭଉଣୀ ଭୂମିକାରେ କାର୍ତ୍ତିକ ଓ ଜାହ୍ନବୀ
ବଲିଉଡର ଆଗାମୀ ଫିଲ୍ମରେ ଜାହ୍ନବୀ କପୁର୍ ଓ କାର୍ତ୍ତିକ ଆର୍ଯ୍ୟନଙ୍କ ଲଭ୍ ରୋମାନ୍ସ ନୁହେଁ, ବରଂ ଭାଇ ଭଉଣୀ ସମ୍ପର୍କ ଦେଖିବାକୁ ମିଳିବ ବୋଲି ଖବର ଆସିଛି । ଏଭଳି ଏକ ଖବର ସିନେପ୍ରେମୀଙ୍କୁ ଚକିତ କରିଛି । ୨୦୦୮ରେ ରିଲିଜ୍ ହୋଇଥିବା ଫିଲ୍ମ ‘ଦୋସ୍ତାନା’ର ସିକ୍ୱେଲରେ ଜାହ୍ନବୀ ଓ କାର୍ତ୍ତିକଙ୍କ ଯୋଡ଼ି ଦେଖିବାକୁ ମିଳିବ । କରଣ ଜୋହର୍ କିଛି ନୂଆ ଏକ୍ସପରିମେଣ୍ଟ୍ କରିବାକୁ ଯାଇ ଏଭଳି ଷ୍ଟାରକାଷ୍ଟ୍ ପ୍ରସ୍ତୁତ କରିଛନ୍ତି ବୋଲି ଚର୍ଚ୍ଚା ହେଉଛି । ଜାହ୍ନବୀ ଓ କାର୍ତ୍ତିକ ସେମାନଙ୍କର ଭୂମିକା ସମ୍ପର୍କରେ ଇନଷ୍ଟାଗ୍ରାମରେ ସେୟାର୍ କରିଥିଲେ । ଏହି ତାରକାଦ୍ୱୟଙ୍କ ସହିତ ଆଉ କେହି ଜଣେ ନୂଆ କଳାକାର ଡେବ୍ୟୁ କରିବାର ଖବର ମଧ୍ୟ ଆସିଛି । କିନ୍ତୁ ସେହି କଳାକାରଙ୍କ ସମ୍ପର୍କରେ କୌଣସି ତଥ୍ୟ ମିଳିନାହିଁ ।
୨୦୦୮ରେ ମୁକ୍ତିଲାଭ କରିଥିବା ‘ଦୋସ୍ତାନା’ରେ ପ୍ରିୟଙ୍କା ଚୋପ୍ରା, ଜନ୍ ଆବ୍ରାହମ୍ ଓ ଅଭିଷେକ ବଚ୍ଚନଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଥିଲା । ବବି ଦେଓଲ, କିରଣ ଖେର୍ ଓ ବୋମନ୍ ଇରାନି ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ପରଦା ଉପରକୁ ଆସିଥିଲେ ।