ପ୍ରେଗନେନ୍ସି ସମୟରେ ଅନିଦ୍ରା ସମସ୍ୟାର ସମାଧାନ ପାଇଁ କିଛି ଟିପ୍ସ୍

ପ୍ରେଗନେନ୍ସି ସମୟରେ ଶରୀରରେ ଥିବା ଅନେକ ହରମୋନ୍ ପ୍ରଭାବିତ ହୋଇଥାଏ । ଫଳରେ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦିଏ । ତେଣୁ ସେହି ସମୟରେ ମହିଳାମାନଙ୍କୁ ଅଧିକ ଯତ୍ନର ଆବଶ୍ୟକତା ହୋଇଥାଏ । ହେଲଦି ଡାଏଟ୍ ଓ ଅଧିକ ସମୟ ଆରାମ କରିବା ସହିତ ସୁନିଦ୍ରା ମଧ୍ୟ ଅତ୍ୟନ୍ତ ଜରୁରି । କିନ୍ତୁ ଅନେକ ମହିଳାଙ୍କ କ୍ଷେତ୍ରରେ ନିଦ୍ରାହିନତା ଏକ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ଭାବେ ଦେଖାଦିଏ । ପ୍ରେଗନେନ୍ସି ସମୟରେ ଭଲ ନିଦ ହେବା ପାଇଁ ସରଳ ବ୍ୟାୟାମ ସହିତ ଡାକ୍ତରମାନେ କିଛି ଔଷଧ ଲେଖିଥାନ୍ତି । କିନ୍ତୁ ସେସବୁ ଔଷଧର ଅଧିକ ସେବନ ଗର୍ଭସ୍ଥ ଶିଶୁ ଉପରେ ପ୍ରଭାବ ପକାଇଥାଏ ।

ତେଣୁ କିଛି ସରଳ ସ୍ୱାସ୍ଥ୍ୟପ୍ରଦ ଟିପ୍ସ ରହିଛି, ଯାହା ଦ୍ୱାରା ପ୍ରେଗନେନ୍ସି ସମୟରେ ନିଦ୍ରାହିନତା ଦୂର ହୋଇଥାଏ । ସେସବୁ ଟିପ୍ସଗୁଡ଼ିକ ହେଉଛି –
୧- ପ୍ରେଗନେନ୍ସି ସମୟରେ ଗୋଟିଏ ପୋଜିସନରେ ଅଧିକ ସମୟ ଶୁଅନ୍ତୁ ନାହିଁ । ଅଧିକାଂଶ ସମୟରେ ବାମ ପଟକୁ ଶୋଇବାକୁ ଚେଷ୍ଟା କରନ୍ତୁ । ଏହାଦ୍ୱାରା ବ୍ଲଡ ସରକୁଲେସନ୍ ଠିକ୍ ହୋଇଥାଏ । ଫଳରେ ନିଦ୍ରାହିନତା ଦୂର ହୁଏ ।
୨- ରାତି ଭୋଜନରେ ସବୁବେଳେ ହାଲ୍କା ଖାଦ୍ୟ ଖାଆନ୍ତୁ । ଯେତେଦୂର ସମ୍ଭବ ଅଧିକ ମସଲା ଓ ତେଲଛଣା ଖାଦ୍ୟରୁ ଦୂରେଇ ରହନ୍ତୁ ।
୩- ଶୋଇବା ସମୟରେ ପେଟର ଦୁଇପଟେ ହାଲକା କୁସନର ସପୋର୍ଟ ନେଇ ଶୁଅନ୍ତୁ । ଶୋଇବା ପୂର୍ବରୁ ଉଷୁମ ପାଣିରେ ଭଲ ଭାବେ ଗାଧାନ୍ତୁ ଏବଂ ଲାଇଟ୍ ମ୍ୟୁଜିକ୍ ଶୁଣନ୍ତୁ । ଏହା ଦ୍ୱାରା ଶରୀର ଓ ମନରେ ହାଲକା ଅନୁଭୂତି ହୁଏ ଏବଂ ଭଲ ନିଦ ଆସିଥାଏ ।

Leave a Reply

Your email address will not be published. Required fields are marked *