ଭୂଷଣ ପାୱାର ଆଣ୍ଡ ଷ୍ଟିଲ କମ୍ପାନୀର ୩୮୦୦କୋଟିର ବ୍ୟାଙ୍କ ଠକେଇ

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି)ରୁ ନୀରବ ମୋଦି ୧୩୦୦୦କୋଟି ଟଙ୍କା ଋଣ ନେଇ ଠକେଇ କରିବା ଘଟଣା ପରେ ଏବେ ଏହି ବ୍ୟାଙ୍କରୁ ଭୂଷଣ ପାୱାର ଆଣ୍ଡ ଷ୍ଟିଲ କମ୍ପାନୀର ୩୮୦୦କୋଟିର ବ୍ୟାଙ୍କ ଠକେଇ ମାମଲା ପଦାକୁ ଆସିଛି। ପିଏନବି ପକ୍ଷରୁ ଏସମ୍ପର୍କରେ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ସୂଚନା ଦିଆଯାଇଛି ବୋଲି ବ୍ୟାଙ୍କ ଅଧିକାରୀମାନେ କହିଛନ୍ତି।

ଭୂଷଣ ପାୱାର ଆଣ୍ଡ ଷ୍ଟିଲ କମ୍ପାନୀ ବ୍ୟାଙ୍କରୁ ଋଣ ନେବା ପାଇଁ ଦେଇଥିବା କାଗଜପତ୍ର ନକଲି ବୋଲି ପିଏନବି ପକ୍ଷରୁ କୁହାଯାଇଛି। ସେୟାରବଜାରକୁ ଦିଆଯାଇଥିବା ସୂଚନାରେ କୁହାଯାଇଛି, ପ୍ପବ୍ୟାଙ୍କର ଫୋରେନସିକ ଅଡ଼ିଟ ଯାଞ୍ଚ ରିପୋର୍ଟକୁ ଆଧାର କରି ଭୂଷଣ ପାୱାର ଆଣ୍ଡ ଷ୍ଟିଲ କମ୍ପାନୀ ଲିମିଟେଡ ଓ ଏହାର ନିଦ୍ଦେର୍ଶକମାନଙ୍କୁ ୩୮୦୫.୧୫କୋଟି ଟଙ୍କା ଋଣ ଦିଆଯାଇଛି ବୋଲି ସିବିଆଇରେ ଦିଆଯାଇଥିବା ଏଫଆଇର ରିପୋର୍ଟ ଅନୁସାରେ ଆରବିଆଇକୁ ଠକେଇ ରିପୋର୍ଟ ଦିଆଯାଇଛି।ଡ୍ଗ

ପିଏନବି ଅଧିକାରୀଙ୍କ କହିବା ଅନୁସାରେ, ପ୍ପଭୂଷଣ ପାୱାର ଆଣ୍ଡ ଷ୍ଟିଲ କମ୍ପାନୀ ବ୍ୟାଙ୍କ ଋଣକୁ ଆତ୍ମସାତ କରିବା ସହିତ ଅଧିକ ଋଣ ନେବା ପାଇଁ ଭୂଲ ତଥ୍ୟ ଦେଇଛି। ବର୍ତ୍ତମାନ ଏହି ମାମଲା ରାଷ୍ଟ୍ରୀୟ କମ୍ପାନୀ ବିଧି ଅଦାଲତରେ ପହଞ୍ଚିଛି, ଏହା ଆଦାୟ କରାଯିବ ବୋଲି ଆଶାକରାଯାଉଛି।ଡ୍ଗ

Leave a Reply

Your email address will not be published. Required fields are marked *