କଙ୍ଗନାଙ୍କ ଫିଲ୍ମ ‘ଧାକଡ଼’ର ଫାଷ୍ଟଲୁକ୍ ରିଲିଜ୍
ବି ଟାଉନର ବ୍ୟସ୍ତ ନାୟିକା ଭାବେ ଏବେ କଙ୍ଗନା ରଣାୱତ ଏକ ସ୍ୱତନ୍ତ୍ର ପରିଚୟ ହାସଲ କରିଛନ୍ତି । ଆଗାମୀ କିଛି ଦିନ ମଧ୍ୟରେ ତାଙ୍କର ଗୋଟିଏ ପରେ ଗୋଟିଏ ଫିଲ୍ମ ଲଗାତାର ରିଲିଜ୍ ହେବ । ନିକଟରେ କଙ୍ଗନାଙ୍କ ଫିଲ୍ମ ‘ଜଜମେଣ୍ଟାଲ୍ ହେ କ୍ୟା’ର ଟ୍ରେଲର୍ ଆଉଟ୍ ହୋଇଥିଲା । ଏବେ ତାଙ୍କର ଆଉ ଏକ ଅପକମିଙ୍ଗ ଫିଲ୍ମ ‘ଧାକଡ଼’ର ଟ୍ରେଲର୍ ରିଲିଜ୍ କରାଯାଇଛି । ଏହି ଟ୍ରେଲରରେ କଙ୍ଗନାଙ୍କ ଆକ୍ସନ ଅବତାର ଦେଖିବାକୁ ମିଳିଛି ଏବଂ ସେ ଦୁଇହାତରେ ଦୁଇଟି ସ୍ନାଇପର୍ ଗନ୍ ଧରିଛନ୍ତି । ଫିଲ୍ମ ସମୀକ୍ଷକ ତରଣ ଆଦର୍ଶ ଟ୍ୱିଟର୍ ମାଧ୍ୟମରେ ଏହି ଫାଷ୍ଟଲୁକ୍ ସେୟାର୍ କରିଛନ୍ତି । ଆକ୍ସନ୍ ଥ୍ରୀଲର୍ ଫିଲ୍ମ ‘ଧକଡ଼’ର ନିର୍ଦ୍ଦେଶନା ଦେଉଛନ୍ତି ଆଡ୍ ମେକର୍ ରଜନୀଶ୍ ଘାଇ ଏବଂ ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି ସୋହେଲ୍ ମକଲଇ ।
ଏହି ଫିଲ୍ମ ଆଗାମୀ ବର୍ଷ ଦୀପାବଳିରେ ସିନେମାଘରକୁ ଆସିବ । ବରୁଣ ଧୱନ୍ ଷ୍ଟାରର୍ ମୁଭି ‘ରଣଭୂମି’କୁ ‘ଧକଡ଼’ ଟକ୍କର ଦେବ ବୋଲି ସୂଚନା ମିଳିଛି । ‘ରଣଭୂମି’ର ନିର୍ମାତା ହେଉଛନ୍ତି କରଣ ଜୋହର୍ । କଙ୍ଗନା ଓ କରଣଙ୍କ ଶୀତଳ ଯୁଦ୍ଧ ଏବେ ବକ୍ସ ଅଫିସରେ ମଧ୍ୟ ଦେଖିବାକୁ ମିଳିବ ।