ଜାଣନ୍ତୁ ମୋଦି ସରକାରଙ୍କ ବଜେଟ୍‌ରେ କ’ଣ ରହିଛି ନୂଆ ଯୋଜନା

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କର ପ୍ରଥମ ବଜେଟ୍‌ ସଂସଦରେ ଉପସ୍ଥାପନ କରୁଛନ୍ତି। ଏଠଶରେ ଆମେ ସେହି ବଜେଟ୍‌ର କିଛି ଅଂଶ ବିଶେଷକୁ ଉପସ୍ଥାପନ କରୁଛୁ।

ଗାଁ, ଗରିବ କୃଷକଙ୍କୁ ଗୁରୁତ୍ଵ

ଲୋକସଭାରେ କେନ୍ଦ୍ର ସରକାରଙ୍କ ବଜେଟ୍‌ରେ ଗାଁ ଗରିବ ଓ କୃଷକଙ୍କୁ ଆଖିରେ ରଖି କରାଯାଇଥଇବା ଅଥମନ୍ତ୍ରୀ କହିଛନ୍ତି।

ଭଡ଼ାଟିଆଙ୍କ ପାଇଁ ନୂଆ ଆଇନ କରିବେ ମୋଦି ସରକାର।

ଯେହେତୁ ଏବେ ଆଇନରେ ଭଡ଼ାଟିଆ ଏବଂ ଘର ମାଲିକଙ୍କ ଭିତରେ ସମ୍ପର୍କ ବାବଦ କିଛଇ ଉଲ୍ଲେଖ ନାହିଁ ଏ ବାବଦରେ ଉଭୟଙ୍କୁ ସୁରକ୍ଷା ଦେବା ଲାଗି ଆଇନ ହେବ।

ଏମ୍‌ଏସ୍‌ଏମ୍‌ଇ ପାଇଁ ପେମେଣ୍ଟ ପ୍ଲାଟଫର୍ମ

ପ୍ରଥମଥର ପାଇଁ ଦେଶରେ ଏମ୍‌ଏସ୍‌ଏମ୍‌ଇ ପାଇଁ ଏକ ସ୍ଵତନ୍ତ୍ର ଦେୟ ପ୍ଲାଟଫର୍ମ ରହିବ। ଏହା ଦ୍ଵାରା ସେମାନଙ୍କ ନେଣ ଦେଣ ସୁରୁଖୁରୁ ହୋଇପାରିବ।

ବିମାନ ଚଳାଚଳ, ମିଡିଆରେ ହେବ ଏଫ୍‌ଡିଆଇ

ମିଡିଆ, ଆନିମେସନ୍‌ ଓ ବିମାନ ଚଳାଚଳ କ୍ଷେତ୍ରରେ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ ହେବ। ଏହାସହ ବୀମା କାରବାରରେ ଶତ ପ୍ରତିଶତ ବିଦେଶୀ ପୁଞ୍ଜି ନିବେଶ ଲକ୍ଷ୍ୟ। ଜାତୀୟ ଭିତ୍ତିଭୂମି ନିବେଶ ପାଣ୍ଠିକୁ ଆଧାର କରି ଏହା ହେବ। ଭାରତକୁ ବିଦେଶୀ ପୁଞ୍ଜି ନିବେଶ ପାଇଁ ଆକର୍ଷଣୀୟ କରାଯିବ। ଏଥିଲାଗି ଏକ ବିଶ୍ଵସ୍ତରୀୟ ନିବେଶ ସମ୍ବେମଳନ କରାଯିବ।

ସାମାଜିକ କ୍ଷେତ୍ର ପାଇଁ ସୋଶାଲ୍‌ ଷ୍ଟକ୍‌ ଏକ୍ସଚେଞ୍ଜ୍‌।

୭ କୋଟି ଏଲ୍‌ପିଜି ସଂଯୋଗ ଥିବା ଲୋକଙ୍କୁ ବିଜୁଳି ଶକ୍ତି ଯୋଗାଇ ଦିଆଯାଇପାରିଛି। ୨୦୨୨ ସୁଦ୍ଧା ଦେଶର ସମସ୍ତ ଗ୍ରାମୀଣ ପରିବାରଙ୍କୁ ବିଜୁଳି ସଂଯୋଗ ଯୋଗାଇ ଦିଆଯିବ। ଯେଉଁମାନେ ଅନାଗ୍ରହ ପ୍ରକାଶ କରିାବ ସେମାନଙ୍କୁ ବାଦ୍‌ ଦିଆଯିବ। ଏଡାଛଡ଼ା ଆଗ୍ରହୀ ବ୍ୟକ୍ତିଙ୍କୁ ରୋଷ୍ଇେ ଗ୍ୟାସ୍‌ ଯୋଗାଇ ଦିଆଯିବ।

ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାକୁ ଅଧିକ ତ୍ଵରାନ୍ବିତ କରିବା ପାଇଁ ୨୦୧୯କୁ ସମୟସୀମା କମାଇ ଦିଆଯାଇଚଇ ।ଏ ଭିତରେ ୯୭ ପ୍ରତିଶତ ପଡ଼ାକୁ ରାସ୍ତା ବୃବସ୍ଥା କରାଯାଇଛି। ୩୦ ହଜାର କିଲୋମିଟର ରାସ୍ତାକୁ ସବୁଜ ଟେକ୍ନେରଲୋଜି ଜରିଆରେ ନିର୍ମାଣ କରାଯାଇଛି । ଏଥିରେ ପ୍ଲାଷ୍ଟକ୍‌ ବ୍ୟବହାର କରାଯାଇଛି ।

ସବୁ ଗ୍ରାମୀଣ ଘରେ ହେବ ପିଇବା ପାଣି ବ୍ୟବସ୍ଥା

୯.୬ କୋଟି ପାଇଖାନା ନିର୍ମାଣ ଦ୍ଵାରା ୫.୬ ଲକ୍ଷ ଗାଁ ଖୋଲା ଣୌଚ ବିହୀନ ହୋଇପାରିଛି। ଏହା କଟିଜ ମଇଳା ପ୍ରକ୍ରିୟାକରଣ ଯୋଜନା ଲାଗୁ ହେବ।

Leave a Reply

Your email address will not be published. Required fields are marked *