୩୩ତମ ଜନ୍ମଦିନରେ ଭାରତୀଙ୍କୁ ଘଡ଼ି ଗିଫ୍ଟ କଲେ ହର୍ଷ,ଦାମ୍ ଜାଣିଲେ ଉଡ଼ିଯିବ ହୋସ୍
ବି ଟାଉନର ନାମୀ ତାରକମାନେ ଦାମୀ ଉପହାର ଦେବା କ୍ଷେତ୍ରରେ ସବୁଠାରୁ ଆଗୁଆ । ଏହି ଧାରାକୁ ଆଉ ଟିକେ ଆଗେଇ ନେଇଛନ୍ତି କମେଡ଼ି କୁଇନ୍ ଭାରତୀ ସିଂଙ୍କ ସ୍ୱାମୀ ହର୍ଷ । ଭାରତୀଙ୍କ ୩୩ତମ ଜନ୍ମଦିନରେ ହର୍ଷ ତାଙ୍କୁ ଏକ ଘଡ଼ି ଗିଫ୍ଟ ଦେଇଛନ୍ତି, ଯାହାର ଦାମ୍ ହୋସ୍ ଉଡ଼ାଇ ଦେଉଛି । ଘଡ଼ିର ଦାମ୍ ପ୍ରାୟ ୧୫ ଲକ୍ଷ ଟଙ୍କା । ଭାରତୀ ଏହି ଘଡ଼ିର ଏକ ଫଟୋ ସୋସିଆଲ୍ ମିଡିଆରେ ସେୟାର୍ କରିବା ସହ ଲଗଜରି ୱାଚ୍ କମ୍ପାନୀ ରୋଲେକ୍ସକୁ ଟ୍ୟାଗ୍ କରିଛନ୍ତି । କମ୍ପାନୀର ଅଫିସିଆଲ୍ ୱେବସାଇଟରେ ଏହି ଡିଜାଇନର ଘଡ଼ି ୩ଟି ସାଇଜରେ ଉପଲବ୍ଧ । ୨୮ ଏମଏମ୍, ୩୧ ଏମ୍ଏମ୍ ଓ ୩୬ ଏମଏମ୍ । ଯାହାର ଦାମ୍ ପ୍ରାୟ ୧୨, ୧୩ ଓ ୧୫ ଲକ୍ଷ ଟଙ୍କା ରହିଛି ।
ଗୋଟିଏସପ୍ତାହ ପୂର୍ବରୁ ହର୍ଷ ‘ଖତରା ଖତରା ଖତରା’ ସେଟରେ ଭାରତୀଙ୍କ ଜନ୍ମଦିଦକୁ କେକ୍ କାଟି ସେଲିବ୍ରେସନ୍ କରିଥିଲେ । ସେହି ସମୟରେ ସେ ଭାରତୀଙ୍କ ପାଇଁ ଏକ ସରପ୍ରାଇଜ୍ ରଖିଛନ୍ତି ବୋଲି କହିଥିଲେ । ତେବେ ଏହି ସରପ୍ରାଇଜ୍ ଗିଫ୍ଟ ଭାବେ ଦାମୀ ଘଡ଼ିଟିକୁ ଦେଖିବା ପରେ ଭାରତୀଙ୍କ ଜନ୍ମଦିନ ଖୁସି ସ୍ପଷ୍ଟ ହୋଇଯାଇଛି । ଭାରତୀଙ୍କ ପ୍ରଶଂସକମାନେ ଜନ୍ମଦିନର ଅଗଣିତ ଶୁଭେଚ୍ଛା ପଠାଇଛନ୍ତି ।