ଓସ୍କାର ଆକାଡେମୀ ପକ୍ଷରୁ ଜୋୟା, ଅନୁପମ୍ ଓ ଅନୁରାଗଙ୍କୁ ନିମନ୍ତ୍ରଣ

ମୋସନ୍ ପିକଚର୍ସ ଆର୍ଟସ୍ ଆଣ୍ଡ୍ ସାଇନ୍ସେସ୍ ଆକାଡେମୀର ନୂଆ ସଦସ୍ୟ ପଦ ପାଇଁ ୫୯ଟି ଦେଶର ୮୪୨ ଜଣ କଳାକାରଙ୍କୁ ନିମନ୍ତ୍ରଣ କରାଯାଇଛି । ଏଭଳି ଏକ ସମ୍ମାନଜନକ ପଦବୀ ପାଇଁ ବଲିଉଡର ୩ଜଣ ଖ୍ୟାତନାମା ତାରକା ଯୋଗ୍ୟ ବିବେଚିତ ହୋଇଛନ୍ତି । ସେହି ୩ଜଣ ସୌଭାଗ୍ୟଶାଳୀ ତାରକା ହେଉଛନ୍ତି ଜୋୟା ଅଖତର୍, ଅନୁପମ୍ ଖେର୍ ଓ ଅନୁରାଗ କାଶ୍ୟପ ।ଏହି ୩ଜଣଙ୍କ ସହିତ ରାଇଟର୍ ରିତେଶ୍ ବତ୍ରା, ‘ହିଚକି’ ଓ ‘ସୁଇଢାଗା’ର ଭିଜୁଆଲ୍ ଇଫେକ୍ଟ ପ୍ରସ୍ତୁତ କରିଥିବା ସୌରୀ ଭରଦା ଓ ‘୨.୦’ ଓ ‘ବାହୁବଳୀ’ ସହିତ ଜଡ଼ିତ ଶ୍ରୀନିବାସ ମୋହନ ମଧ୍ୟ ଏହି ତାଲିକାରେ ସାମିଲ୍ ହୋଇଥିବାର ସୂଚନା ମିଳିଛି ।

ଓସ୍କାର ଆକାଡେମୀର ନିଜସ୍ୱ ୱେବସାଇଟ୍ ପକ୍ଷରୁ ଏହି ତାଲିକା ପ୍ରକାଶ ପାଇଥିଲା । ଅନୁପମଙ୍କୁ ‘ହୋଟେଲ୍ ମୁମ୍ବାଇ’ ଯୋଗୁଁ ଓସ୍କାର ଆକାଡେମୀରେ ସାମିଲ୍ କରାଯାଇଛି । ‘ଗଲିବୟ’ ଓ ‘ଜିନ୍ଦେଗୀ ନା ମିଲେଗି ଦୋବାରା’ର ନିର୍ଦ୍ଦେଶନା ପାଇଁ ଜୋୟାଙ୍କୁ ଏହି ସମ୍ମାନ ମିଳିଥିବାବେଳେ ସର୍ଟ ଫିଲ୍ମ ଓ ଫିଚର୍ ଆନିମେସନ୍ କ୍ୟାଟେଗୋରିରେ ‘ମେଡଲି’ ଓ ବମ୍ବେ ଟକିଜ୍’ ପାଇଁ ଅନୁରାଗଙ୍କ ନାମ ତାଲିକାରେ ସାମିଲ୍ ହୋଇପାରିଛି । ଏହା ପୂର୍ବରୁ ଶାହରୁଖ୍ ଖାନ୍, ଆଦିତ୍ୟ ଚୋପ୍ରା, ପ୍ର୍ରିୟଙ୍କା ଚୋପ୍ରା, ତବୁ ଓ ଅନିଲ୍ କପୁରଙ୍କ ଭଳି ନାମୀଦାମୀ କଳାକାରଙ୍କୁ ଓସ୍କାର ଆକାଡେମୀର ସଦସ୍ୟ ପଦ ପାଇଁ ଆମନ୍ତ୍ରିତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *