ସୁଟିଂ ସହିତ ମସ୍ତି, ବିବାହ ପରେ ପ୍ରଥମ ଥର ପାଇଁ ପତ୍ନୀଙ୍କ ସହିତ ପର୍ସନାଲ୍ ଟ୍ରିପରେ ସୁମିତ୍
‘ବିରେ ଦି ୱେଡିଙ୍ଗ୍’ରେ କରିନା କପୁରଙ୍କ ଅନସ୍କୀନ୍ ହିରୋ ସାଜିଥିବା ସୁମିତ୍ ବ୍ୟାସ୍ ଆଜିକାଲି ତାଇୱାନରେ ନିଜ ପତ୍ନୀଙ୍କ ଏକତା କୌଲଙ୍କ କ୍ୱାଲିଟି ଟାଇମ୍ ଏନଜୟ କରୁଛନ୍ତି । ବିବାହ ପରେ ପ୍ରଥମ ଥର ପାଇଁ ଏହି କପୁଲ୍ ପର୍ସନାଲ୍ ଟ୍ରିପରେ ବାହାରିଛନ୍ତି ଏବଂ ସୋସିଆଲ୍ ମିଡିଆରେ ଏହି ଯୋଡ଼ିଙ୍କ ଅନେକ ରୋମାଣ୍ଟିକ୍ ଫଟୋ ଟ୍ରେଣ୍ଡ୍ କରୁଛି । ପର୍ସନାଲ୍ ଟ୍ରିପରେ ଥିଲେ ମଧ୍ୟ ସୁମିତ୍ ତାଙ୍କ କାମକୁ ଅଣଦେଖା କରିନାହାନ୍ତି । ନିଜ କାମ ପ୍ରତି ସୁମିତଙ୍କର ଏହି ଆଗ୍ରହ ତାଙ୍କର ପ୍ରଶଂସକଙ୍କ ମନ କିଣିନେଇଛି । ୱେବ୍ ସିରିଜ୍ ‘ରିଜକ୍ଟସ୍’ର ସୁଟିଂ ପାଇଁ ସୁମିତ୍ ଥାଇଲ୍ୟାଣ୍ଡ୍ ପହଞ୍ଚିଥିଲେ । ଏହାପରେ କିଛିଦିନ ପରେ ଏକତା ମୁମ୍ବାଇରୁ ଥାଇଲ୍ୟାଣ୍ଡ୍ ପହଞ୍ଜିବା ପରେ ସୁଟିଂ ସାରି ଦୁହେଁ ତାଇୱାନ୍ ଗସ୍ତ କରିଥିଲେ ।
ମିଡିଆ ରିପୋର୍ଟ ଅନୁଯାୟୀ ଏହି ଯୋଡ଼ି ୧ ସପ୍ତାହର ଭେକେସନ୍ ପ୍ଲାନିଙ୍ଗ୍ କରିଛନ୍ତି । ଗତବର୍ଷ ସେପ୍ଟମ୍ବର ମାସରେ ସୁମିତ୍ ଓ ଏକତା ବିବାହ କରିଥିଲେ । ଏହାପରେ ତାରକା ଦ୍ୱୟ ନିଜ ନିଜ ସୁଟିଂ ସେଡ୍ୟୁଲରେ ବ୍ୟସ୍ତ ରହିଥିଲେ । ତେଣୁ ଏହି ଲଭବାର୍ଡ଼ ତାଇୱାନର ସୁଟିଂ ସେଡ୍ୟୁଲକୁ ପର୍ସନାଲ୍ ଟ୍ରିପରେ ପରିଣତ କରିଛନ୍ତି । ‘ରବ୍ ସେ ସୋଣା ଇସ୍କ’, ‘ବଡ଼େ ଆଛେ ଲଗତେ ହେଁ’ ଓ ‘ଏକ୍ ରିସ୍ତା ଐସା ଭି’ରେ ଏକତାଙ୍କ ଦକ୍ଷ ଅଭିନୟ ଦେଖିବାକୁ ମିଳିଥିଲା ।