ଅଧିକ ପେନକିଲର୍ ଖାଉଛନ୍ତି କି? ଜାଣିରଖନ୍ତୁ ଏହାର କୁପ୍ରଭାବ
ଏଭଳି କିଛି ବ୍ୟକ୍ତି ଅଛନ୍ତି, ଯିଏକି ସାମାନ୍ୟ ମୁଣ୍ଡବିନ୍ଧା କିମ୍ବା କୌଣସି ସାମାନ୍ୟ ଦରଜ ହେଲେ ପେନକିଲର୍ ଖାଇଥାନ୍ତି । ଏହା ସଙ୍ଗେ ସଙ୍ଗେ ଦରଜ ତ କମାଇଦିଏ କିନ୍ତୁ ଏହାର ଅନେକ ସାଇଡ୍ ଇଫେକ୍ଟ ଥାଏ । ଏହାକୁ କେବେ ମଧ୍ୟ ନଜର ଅନ୍ଦାଜ୍ କରନ୍ତୁ ନାହିଁ । ନିକଟରେ ଏକ ଗବେଷଣାରୁ ଜଣାପଡ଼ିଛି ଅଧିକ ପେନକିଲର୍ ଖାଇବା ଦ୍ୱାରା ଶରୀରର ସ୍ନାୟୁତନ୍ତ୍ର ଉପରେ ସବୁଠାରୁ ଏହାର ଅଧିକ କୁପ୍ରଭାବ ଦେଖାଯାଏ । ତେବେ ଆସନ୍ତୁ ଜାଣିବା ପେନକିଲରର କ’ଣ ସବୁ ସାଇଡଇଫେକ୍ଟ ରହିଛି । –
୧- ଅଧିକ ପେନକିଲର୍ ଖାଇବା ଦ୍ୱାରା ଅନେକ ପ୍ରକାର ପେଟରୋଗ ସୃଷ୍ଟି ହୋଇଥାଏ । ଏକ ରିଚର୍ସରୁ ଜଣାପଡ଼ିଛି ଯେ ୯୦ ପ୍ରତିଶତ କୋଷ୍ଠକାଠିନ୍ୟ ରୋଗ ପେନକିଲର୍ ଯୋଗୁଁ ହୋଇଥାଏ ।
୨- ପୁରୁଷ ହୁଅନ୍ତୁ ବା ମହିଳା, ଅଧିକ ପେନକିଲର୍ ଖାଇବା ଯୋଗୁଁ ହରମୋନ୍ ଜନିତ ସମସ୍ୟା ଅଧିକ ହୋଇଥାଏ । ଫଳରେ ଥକ୍କା ଲାଗିବା, ଦୁର୍ବଳ ଅନୁଭବ କରିବା, ଓଜନ ବଢିବା ଓ ହାଡ଼ଜନିତ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ ।
୩- ଡିପ୍ରେସନ୍ ସୃଷ୍ଟି ହେବାର ମୂଳ କାରଣ ହେଉଛି ଅତ୍ୟଧିକ ପେନକିଲରର ସେବନ । ଏହା ବ୍ୟତୀତ ଅଧିକ ପେନକିଲର୍ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ଅନେକ ପରିମାଣରେ କମି ଯାଇଥାଏ । ଯାହା ଫଳରେ ବିଭିନ୍ନ ପ୍ରକାର ସାଧାରଣ ରୋଗରେ ଜଣେ ବ୍ୟକ୍ତି ଖୁବ୍ ଶୀଘ୍ର ପୀଡ଼ିତ ହୋଇଥାନ୍ତି ।