ବ୍ରେକଅପ୍ ଖବରକୁ ଖଣ୍ଡନ କଲେ ସୁସ୍ମିତା, ରୋହମନଙ୍କ ସହିତ ଫଟୋ ସେୟାର୍ କରି ଲେଖିଲେ ଆଇ ଲଭ୍ ୟୁ

ବି ଟାଉନର ନାୟିକା ଓ ବ୍ରହ୍ମାଣ୍ଡ ସୁନ୍ଦରୀ ସୁସ୍ମିତା ସେନ୍ ପ୍ରାୟତଃ ତାଙ୍କର ଲଭ୍ ରିଲେସନସିପକୁ ନେଇ ଚର୍ଚ୍ଚାର ପରିସରକୁ ଆସିଥାନ୍ତି । କିଛି ଦିନ ତଳେ ପୁଣିଥରେ ଏଭଳି ଏକ ଖବର ଶୁଣବାକୁ ମିଳିଥଲା ଯେ ସୁସ୍ମିତା ଓ ତାଙ୍କର ବୟଫ୍ରେଣ୍ଡ୍ ରୋହମାନ୍ ସଲଙ୍କ ମଧ୍ୟରେ ବ୍ରେକଅପ୍ ହୋଇଯାଇଛି । କିନ୍ତୁ ଏଭଳି ଏକ ଖବରକୁ ସୁସ୍ମିତା ସ୍ପଷ୍ଟ ଭାବେ ଖଣ୍ଡନ କରିଛନ୍ତି । ସୁସ୍ମିତା ଇନଷ୍ଟାଗ୍ରାମରେ ନିଜର ଓ ରୋହମାନଙ୍କ ଏକ ଫଟୋ ସେୟାର୍ କରିବା ସହିତ କ୍ୟାପସନରେ ଆଇ ଲଭ ୟୁ ରୋହମନ୍ ସଲ୍ ବୋଲି ଲେଖିଛନ୍ତି । ଫଟୋରେ ଏହି ଯୋଡ଼ି ଏକାଠି ୱାର୍କଆଉଟ୍ କରୁଥିବାର ଦେଖିବାକୁ ମିଳିଛି । ସୁସ୍ମିତାଙ୍କ ଠାରୁ ଏହି ଖବର ପାଇବା ପରେ ତାଙ୍କର ପ୍ରଶଂସକ ଖୁବ୍ ଖୁସି ଜଣାପଡ଼ୁଛନ୍ତି । ପ୍ରଶଂସକଙ୍କ ସହିତ ଅନେକ ତାରକା ମଧ୍ୟ ସୁସ୍ମିତାଙ୍କ ପାଇଁ ଅନେକ ଶୁଭକାମନା ମେସେଜ୍ ପଠାଇଛନ୍ତି । କହିରଖୁଛୁ ରୋହମାନ୍ ସୁସ୍ମିତାଙ୍କ ଠାରୁ ୧୬ ବର୍ଷ ସାନ ଏବଂ ଖୁବ୍ ଶୀଘ୍ର ସେମାନେ ବିବାହ କରିବେ ବୋଲି ସୂଚନା ମିଳିଥିଲା । ତେବେ ଏହି ଯୋଡ଼ିଙ୍କ ବିବାହ ଉତ୍ସବକୁ ପ୍ରଶଂସକ ଅପେକ୍ଷା କରିଛନ୍ତି ।

Leave a Reply

Your email address will not be published.