ରୋଷେଇ ଗ୍ୟାସ୍‌ ଦର କମିଲା: ଘରୋଇ ବ୍ୟବହାର ପାଇଁ ସିଲିଣ୍ଡର ଦାମ୍‌ ୪୯୪.୩୫ ଟଙ୍କା

ଭୁବନେଶ୍ଵର, (ଓଟି): ବଜେଟ୍‌ର ଅଳ୍ପ କିଛିଦିନ ପୂର୍ବରୁ କେନ୍ଦ୍ର ସରକାରଙ୍କ ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ୍‌ ଏଲ୍‌ପିଜି ସିଲିଣ୍ଡର ଦାମ୍‌ରେ ହ୍ରାସ ଘୋଷଣା କରିଛନ୍ତି। ଏହି ହଆସ ପରିମାଣ ଅଣ ରିଆତି ସିଲିଣ୍ଡର ପିଛା ୧୦୦ଟଙ୍କା ୫୦ ପଇସା ରହିବ। ଅନୁରୂପ ଭାବେ ରିୖାତିଯୁକ୍ତ ସିଲିଣ୍ଡର ପିଛା ସବ୍‌ସିଡି୧୪୨ଟଙ୍କା ୬୫ ପଇସା ରହିବ ବୋଲି କମ୍ପାନୀ ପକ୍ଷରୁ ଏକ ପ୍ରେସ୍‌ ବିବୃତିରେ କୁହାଯାଇଛି ।

ଆନ୍ତର୍ଜାତୀୟ ବଜାରରେ ଦର ହ୍ରାସକୁ ଲକ୍ଷ୍ୟ କରି ସରକାର ଏହା ଘୋଷଣା କରିଛନ୍ତି। ଏହି ଘୋଷଣା ଦ୍ଵାରା ଘରୋଇ ରୋଷେଇ ପାଇଁ ବ୍ୟବହୃତ ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡର ଦାମ୍‌ ପିଛା ସରକାର ୧୪୨ଟଙ୍କା ୬୫ ପଇସା ଗ୍ରାହକଙ୍କ ବ୍ୟାଙ୍କ୍‌ ଖାତାକୁ ସିଧାସଳଖ ପଠାଇବେ।

ସେହିପରି ବଜାରରେ ବିକ୍ରି ହେଉଥିବା ଗ୍ୟାସ୍‌ ମୂଲ୍ୟରେ ୧୦୦ଟଙ୍କା ୫୦ ପଇସା ସମ୍‌ ଦାମ୍‌ ହେବ। ପୂର୍ବରୁ ୭୩୭ଟଙ୍କା ୫୦ ପଇସା ପଡ଼ୁଥିବା ସିଲିଣ୍ଡର ଆଜିଠାରୁ ୬୩୭ଟଙ୍କା ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

ଏବେ ଘରୋଇ ବ୍ୟବହାରକାରୀଙ୍କ ଲାଗି ସିଲିଣ୍ଡର ଦର ୪୯୪ଟଙ୍କା ୩୫ ପଇସା ରହିବ ବୋଲି ସୂଚନା ମିଳିଛି।

Leave a Reply

Your email address will not be published.