ସବ୍ୟସାଚୀଙ୍କ ଦ୍ୱାରା ଡିଜାଇନ୍ ହୋଇଥିବା ଶାଢି ପିନ୍ଧିଲେ ପିସି
ଦେଶୀ ଗାର୍ଲ ଓ ବିଦେଶୀ ବୋହୁ ପ୍ରିୟଙ୍କାଙ୍କ ଚର୍ଚ୍ଚାରେ ପ୍ରଶଂସକ ମହଲ ଏବେ ବେଶ୍ ସରଗମର । କାରଣ ନିକଙ୍କ ବଡ଼ ଭାଇ ଜୋ ଜୋନ୍ସ ଓ ସୋଫି ଟର୍ଣ୍ଣରଙ୍କ ବିବାହ ଉତ୍ସବରେ ପିସି ଓ ନିକ୍ କ’ଣ ପିନ୍ଧିଲେ, କ’ଣ ଖାଇଲେ, କେଉଁଠି ରହିଲେ ଏବଂ ପରିବାର ସହିତ କେମିତି ମଜାମସ୍ତି କଲେ, ତାହାର ଟିକିନିଖି ଅପଡେଟ୍ ଏବେ ସୋସିଆଲ୍ ମିଡିଆରେ ଛାଇ ରହୁଛି । ଏହି ଧାରାରେ ଏବେ ଆଉ ଏକ ଖବର ଆସିଛି । ବିଦେଶୀ ଅନ୍ଦାଜରେ ହେଉଥିବା ଏହି ବିବାହ ଉତ୍ସବରେ ପିସି ଦେଶୀ ଷ୍ଟାଇଲକୁ ଆପଣାଇଛନ୍ତି । ପିସିଙ୍କ ସେହି ଦେଶୀ ଲୁକ୍ ପ୍ରଶଂସକଙ୍କୁ କିମିଆ କରିଛି । ପ୍ରଖ୍ୟାତ ଫ୍ୟାଶନ୍ ଡିଜାଇନର୍ ସବ୍ୟସାଚୀଙ୍କ ଦ୍ୱାରା ଡିଜାଇନ୍ ହୋଇଥିବା ଲାଇଟ୍ ପିଙ୍କ୍ ରଙ୍ଗର ଶାଢିକୁ ପିସି କ୍ୟାରି କରିଥିବାବେଳେ ନିକଙ୍କୁ ଏକ ସାଇନ୍ ବ୍ଲାକ୍ କଲର୍ ସୁଟରେ ଦେଖିବାକୁ ମିଳିଥିଲା ।
ଏହି ବିବାହ ଉତ୍ସବ ପୂର୍ବରୁ ଜୋ ଓ ସୋଫି ଗତ ମେ’ ମାସରେ ଲସ୍ବେଗାସସ୍ଥିତ ଏକ ଚର୍ଚ୍ଚରେ ପ୍ରଥମେ ବିବାହ କରିସାରିଥିଲେ । ଦ୍ୱିତୀୟ ଥର ପାଇଁ ଏହି ଯୋଡ଼ି ପାରମ୍ପରିକ ରିତିନୀତି ଅନୁଯାୟୀ ବିବାହ କରୁଛନ୍ତି ।