କ୍ରିକେଟର ଐତିହାସିକ କାହାଣୀ ‘ଦୁସରା’ର ଟ୍ରେଲର୍ ରିଲିଜ୍

ୱାଲର୍ଡ଼ କପ୍ କ୍ରିକେଟ୍ ୨୦୧୯ର ଖୁସି ମଧ୍ୟରେ କ୍ରିକେଟର ଐତିହାସିକ କାହାଣୀ କହୁଥିବା ଅପକମିଙ୍ଗ୍ ଫିଲ୍ମ ‘ଦୁସରା’ର ଟ୍ରେଲର୍ ରିଲିଜ୍ ହୋଇଛି । ଅଭିନୟ ଦେବଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର କାହାଣୀ ଏକଦମ୍ ନିଆରା । କାରଣ ଜଣେ ଝିଅର ଦୃଷ୍ଟିରେ କ୍ରିକେଟର ଐତିହାସିକ ସଫଳତାର କାହାଣୀ ଏବଂ ତାହାର ମହତ୍ୱ ଦର୍ଶାଯାଇଛି । ଭାରତୀୟ କ୍ରିକେଟ୍ ଇତିହାସରେ ଯେଉଁସବୁ ପରିବର୍ତ୍ତନ ହୋଇଛି ତାହାକୁ ଦର୍ଶକ ଦେଖିବାକୁ ପାଇବେ ।

ଟ୍ରେଲରରେ ଦେଖିବାକୁ ମିଳିଛି ଯେ – ୧୯୪୭ରେ ଭାରତକୁ ରାଜନୈତିକ ଏବଂ ୧୯୯୧ରେ ଅର୍ଥନୈତିକ ସ୍ୱାଧୀନତା ମିଳିଥିଲା । କିନ୍ତୁ ୨୦୦୨ରେ ଭାରତକୁ ଭାବନାମବକ ସ୍ୱାଧିନତା ମିଳିଥିଲା । ଟ୍ରେଲରର ପ୍ରଥମ ଦୃଶ୍ୟରେ ଏକ ଛୋଟିଆ ଗାଁ ରହିଛି, ଯେଉଁଠି ଜଣେ ଝିଅ ଲର୍ଡ଼ସ୍ରେ ଚାଲିଥିବା ୨୦୦୨ର ନେଟୱେଷ୍ଟ୍ ସିରିଜରେ ଇଂଲାଣ୍ଡଠାରୁ ଭାରତର ବିଜୟ ଦେଖିବା ପାଇଁ ଟିଭି ସ୍କ୍ରୀନ୍ ଆଗରେ ଅପଲକ ଦୃଷ୍ଟିରେ ବସିରହିଛି । ଭାରତର ବିଜୟ ପରେ ଗାଙ୍ଗୁଲି ନିଜ ଟିସାର୍ଟ ଖୋଲି ବିଜୟର ଖୁସି ବ୍ୟକ୍ତ କରୁଛନ୍ତି । ଏହି ମୁହୂର୍ତ୍ତ ପରେ ସେହି ଝିଅଟିର ମନରେ ନିଜର କିଛି ସ୍ୱାଧୀନତା ସମ୍ପର୍କରେ ଭାବନା ଜାଗିଉଠୁଛି । ସେ ଝିଅଟି ନିଜ ଭିତରେ ଥିବା ସ୍ୱାଧୀନତାକୁ ଅନୁଭବ କରୁଛି । ଫିଲ୍ମରେ ପ୍ଲାବିତା ବୋରଠାକୁର ମୁଖ୍ୟ ଭୂମିକାରେ ଥିବାବେଳେ ଅତିଥି ଭୂମିକାରେ ଅନେକ କ୍ରିକେଟ୍ ତାରକାଙ୍କ ନାମ ସାମିଲ୍ ହୋଇଛି ।

Leave a Reply

Your email address will not be published. Required fields are marked *