ବଦଳିଲେ ସୁନ୍ଦରଗଡ଼ ଜିଲ୍ଲାପାଳ ଏବଂ ୪ ଆଇଏଏସ୍
ଭୁବନେଶ୍ଵର, (ଓଟି) ସରକାରୀ ଅର୍ଥକୁ ଅପବ୍ୟୟ କରିଥିବା ଅଭିଯୋଗ ଆସିବା ପରେ ରାଜ୍ୟ ସରକାର ସୁନ୍ଦରଗଡ଼ ଜିଲ୍ଲାପାଳ ରଶ୍ମିତା ପଣ୍ଡାଙ୍କ ଦ୍ଵାୟିତ୍ଵ ଅପସାରଣ କରିଛନ୍ତି। ତାଙ୍କୁ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକରଣର ସିଇଓ ତଥା ନିୟୋଜନ ନିର୍ଦେଶକ ଭାବେ ବଦଳି କରାଯାଇଛି। ପୂର୍ବରୁ ଏହି ସ୍ଥାନରେ ଆଏଏସ୍ ଅଧିକାରୀ ରାଜେଶ ପ୍ରଭାବକର ପାଟିଲ୍ କାର୍ଯ୍ୟ କରୁଥିଲେ। ତାଙ୍କୁ ପଞ୍ଚାୟତି ରାଜ ବିଭାଗର ସ୍ଵତନ୍ତ୍ର ପ୍ରକଳ୍ପ ନିଦର୍ଦେଶକ ଭାବେ ଦାୟିତ୍ଵ ଦିଆଯାଇଛି।
ରଶ୍ମିତାଙ୍କ ସହ ଢେଙ୍କାନାଳ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣଙ୍କୁ ମଧ୍ୟ ବଦଳି କରାଯାଇଛି। ତାଙ୍କ ସମ୍ପର୍କରେ ମଧ୍ୟ ସରକାରୀ ଅର୍ଥର ଅପବ୍ୟୟ ଅଭିଯୋଗ ଆସିଥିଲା। ସରକାରୀ ବାସଭବନ ନିର୍ମାଣ ନାଁରେ ଏହି ଟଙ୍କା ଖର୍ଚ ହୋଇଥିଲା। ସେ ଏବେ ସୁନ୍ଦରଗଡ଼ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିବେ।
ବଦଳି ଆଦେଶ ପାଇଥିବା ଅନ୍ୟ ଦୁଇଜଣ ଆଏଏସ୍ ଅଧିକାରୀ ହେଲେ ଗୃହ ବିଭାଗର ଉପ ସଚିବ ମୋନିସା ବାନାର୍ଜୀ ଏବଂ ସୁନ୍ଦରଗଡ଼ ପିଡି ଡିଆର୍ଡିଏ ଭୂମେଶ ଚନ୍ଦ୍ର ବେହେରା।
ମୋନିସାଙ୍କୁ ସୋନପୁର ଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ଠିକ୍ ସେହିପରି ଭୂମେଶଙ୍କୁ ଢେଙ୍କାନାଳ ଜିଲ୍ଲାପାଳ ଭାବେ ଦାୟିତ୍ଵ ଦିଆଯାଇଛି।