ଜୋ ଜୋନ୍ସ-ସୋଫିଙ୍କ ପ୍ରିୱେଡିଙ୍ଗ୍ ସେଲିବ୍ରେସନ୍, ରୋମାଣ୍ଟିକ୍ ଅନ୍ଦାଜରେ ନଜର ଆସିଲେ ପିସି-ନିକ୍
ଗ୍ଲୋବାଲ୍ ତାରକା ପ୍ରିୟଙ୍କା ଚୋପ୍ରା ଜୋନ୍ସ ଓ ନିକ୍ ଜୋନ୍ସଙ୍କ ହଟ୍ ଆଣ୍ଡ୍ ସୁପରହିଟ୍ ହିଟ୍ ଯୋଡ଼ି ଏବେ ପ୍ୟାରିସ୍ ଟୁରରେ ଅଛନ୍ତି । ସେଠାରେ ଜୋ ଜୋନ୍ସ ଓ ସୋଫି ଟର୍ଣ୍ଣରଙ୍କ ପ୍ରି ୱେଡିଙ୍ଗ୍ ସେଲିବ୍ରେସନରେ ପିସି ଓ ନିକଙ୍କ ରୋମାଣ୍ଟିକ୍ ନ୍ଦାଜ୍ ଦେଖିବାକୁ ମିଳିଥିଲା । ରବିବାର ଦିନ ଜୋ ଓ ସୋଫିଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେବ । ତେବେ ପ୍ରି ୱେଡିଙ୍ଗର କିଛି ଫଟୋକୁ ପିସି ଇନଷ୍ଟାଗ୍ରାମରେ ସେୟାର୍ କରିଛନ୍ତି ।
ଏହି ଫଟୋରେ ପିସି ଭେଲେଭେଣ୍ଡର୍ ସାଇନି ଡ୍ରେସ୍ ପିନ୍ଧିଥିବାର ଦେଖିବାକୁ ମିଳିଛି । ନିକ୍ ଗ୍ରେ ରଙ୍ଗର ସୁଟ୍ କ୍ୟାରି କରିଛନ୍ତି । ଏହି ଯୋଡ଼ିଙ୍କ ରୋମାଣ୍ଟିକ୍ ଅନ୍ଦାଜର କିଛି ଫଟୋ ଏବେ ଭାଇରାଲ୍ ହେବାରେ ଲାଗିଛି । ସେହିସବୁ ଫଟୋରେ ପିସି କ୍ୟାପସନ୍ କରିଛନ୍ତି – ‘ଇଟ୍ ଇଜ୍ ଇନ୍ ଦ ଏୟାର୍’ । ଉତ୍ସବର ଆଉ କିଛି ଫଟୋରେ ଜୋନ୍ସ ପ୍ୟାମିଲି ଏବଂ ସେମାନଙ୍କର କେତେଜଣ ନିକଟତର ବନ୍ଧୁଙ୍କୁ ଦେଖିବାକୁ ମିଳିଛି । ଜୋନ୍ସ ଫ୍ୟାମିଲି ସେମାନଙ୍କର ପ୍ରାଇଭେଟ୍ ଜେଟରେ ପ୍ୟାରିସ୍ ପହଞ୍ଚିଥିଲେ । ବିଗତ ୪ ଦିନ ହେଲା ଜୋନ୍ସ ଫ୍ୟାମିଲି ଏହି ପ୍ରିୱେଡିଙ୍ଗ୍ ସେଲିବ୍ରେସନର ମଜା ନେଉଛନ୍ତି । କହିରଖୁଛୁ ସୋଫି ଓ ଜୋ ଗତ ମାସରେ ଅଚାନକ ସେମାନଙ୍କର ବିବାହ ଫଟୋ ସୋସିଆଲ୍ ମିଡିଆରେ ସେୟାର୍ କରିଥିଲେ । ଲୁଚିଛପି ବିବାହ କରିଥିବା ଏହି କପୁଲ୍ ପୁଣିଥରେ ପରମ୍ପରା ଅନୁଯାୟୀ ଔପଚାରିକ ଭାବେ ପ୍ୟାରିସରେ ବିବାହ କରିବେ ।