‘ସୋଲେ’ର ଚର୍ଚ୍ଚିିତ ଡାଇଲଗ୍ ଆଧାରରେ ନିର୍ମାଣ ହେଉଛି ‘ସୁପର୍ ୩୦’ର ନୂଆ ଗୀତ

ବିହାରର ଗଣିତଜ୍ଞ ଆନନ୍ଦ କୁମାରଙ୍କ ଜୀବନୀକୁ ନେଇ ପ୍ରସ୍ତୁତ ହେଉଥିବା ଫିଲ୍ମ ‘ସୁପର ୩୦’ର ଏକ ନୂଆ ଗୀତ ଆଜି ରିଳିଜ୍ ହେବ । ଏହି ଗୀତର ଟିଜରକୁ ହ୍ରିତିକ୍ ତାଙ୍କର ଇନଷ୍ଟାଗ୍ରାମ୍ ମାଧ୍ୟମରେ ସେୟାର୍ କରିଛନ୍ତି । ଏହା ସହିତ କ୍ୟାପସନ୍ ଅଛି – ‘ହୋନେ ବାଲା ହେ ହଙ୍ଗାମା ଗିୟର୍ ଅପ୍…’ । ଗୀତର ଲିରିକ୍ସ ଇଂରାଜୀରେ ରହିଛି । କିନ୍ତୁ ଏହା ୧୯୭୫ରେ ରିଲିଜ୍ ହୋଇଥିବା ବ୍ଲକବଷ୍ଟର୍ ମାଇଲଷ୍ଟୋନ୍ ‘ସୋଲେ’ର ଫେମସ୍ ଡାଇଲଗ୍ ‘ବସନ୍ତି ଇନ୍ କୁତୋ କେ ସାମନେ ନେହି ନାଚନା’ର ଇଂରାଜୀ ଅନୁବାଦ ବୋଲି କୁହାଯାଉଛି । ଏହି ଗୀତର ପ୍ରୋମୋ ଭିଡିଓ ଶୁଣିବା ପରେ ଏହା ଫନି ଓ ଆଇଟମ୍ ନମ୍ବର ବୋଲି ଅନ୍ଦାଜା କରିହେବ । ଅନେକ ବିବାଦ ଘେରା ‘ସୁପର୍ ୩୦’ର ରିଲିଜ୍ ଡେଟ୍ ବାରମ୍ବାର ବଦଳିଆସୁଛି । କିନ୍ତୁ ଫାଇନାଲି ଏହା ଆସନ୍ତା ଜୁଲାଇ ୧୨ ତାରିଖରେ ରିଲିଜ୍ ହେବ ବୋଲି ସୂଚନା ମିଳିଛି । ତେଣୁ ସମ୍ପୂର୍ଣ୍ଣ ଫିଲ୍ମ ଟିମ୍ ସହିତ ହ୍ରିତିକ୍ ରୋସନ୍ ଏହାର ପ୍ରମୋସନ୍ କାମରେ ଲାଗିପଡ଼ିଛନ୍ତି ।

Leave a Reply

Your email address will not be published.