ନୀଳଚଳ ଇସ୍ପାତରୁ ପୁଞ୍ଜି ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନେଳା ଏମଏମ୍‍ଟିସି

ଭୁବନେଶ୍ୱର, (ଓଟି): ଯାଜପୁର ଜିଲ୍ଲା କଳିଙ୍ଗ ନଗରଠାରେ ପରତିଚାଳିତ ନୀଳଚଳ ଇସ୍ପାତ ନିଗମ ଲିମିଟେଡ୍‍ରୁ ପୁଞ୍ଜି ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନେଇଛି ଏମଏମ୍‍ଟିସି । ଏ ବାବଦରେ ବମ୍ବେ ଷ୍ଟକ୍‍ ଏକ୍ସେଚେଞ୍ଜ ( ବିଏସ୍‍ଇ) ଏବଂ ଭାରତ ସରକାରଙ୍କ କର୍ପୋରେଟ୍‍ ବ୍ୟାପାର ମନ୍ତ୍ରଣାଳୟକୁ ଆବଶ୍ୟକ ସୂଚନା ପ୍ରଦାନ କରାଯାଇଛି । ଏହାଦ୍ୱାରା ଘରୋଇ ସଂସ୍ଥା ପାଇଁ ଦ୍ୱାର ଉନ୍ମୁକ୍ତ ହୋଇଥିବା ନେଇ ଚର୍ଚା ହେଉଛି ।

ଓଡ଼ିଶା ସରକାରଙ୍କ ଶିଳ୍ପ ପ୍ରୋତ୍ସାହନ ସଂସ୍ଥା ଇପିକଲ୍‍ ଏବଂ ଅନ୍ୟକିଛି ସରକାରୀ ଏଜେନ୍ସୀଙ୍କ ଉଦ୍ୟମରେ ଏହି ପ୍ଲାଣ୍ଟ ପ୍ରତିଷ୍ଠା ହୋଇଛି । ଏବେ ଏହା ଏକ ଲାଭଜନକ କମ୍ପାନୀ ଭାବରେ ପରିଚତ ଯେଉଁଥିରେ ଏମ୍‍ଏମ୍‍ଟିସିର ଅଂଶଧନ ୪୯.୯ ପ୍ରତିଶତ ରହିଛି । ଏହି ପୁଞ୍ଜି ପ୍ରତ୍ୟାହାର ପରେ ନୀଳାଚଳ ଇସ୍ପାତରେ ଘରୋଇ କମ୍ପାନୀଙ୍କ ପ୍ରବେଶ ପାଇର୍ ପଥ ସୁଗମ ହୋଇଥିବା ନେଇ ଚର୍ଚା ହେଉଛି । ତେବେ ଏ ବାବଦରେ କମ୍ପାନୀ ପକ୍ଷରୁ କିଛି କୁହାଯାଇ ନାହିଁ । ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍‍ ୨୦୧୮-୧୯ ଆର୍ଥିକ ବର୍ଷରେ ୨୧୦୦ କୋଟି ଟଙ୍କାର କାରବାର କରିଥିଲା ।

୨୦୧୭-୧୮ ଆର୍ଥିକ ବର୍ଷ ତୁଳନାରେଏହା ୧୨୬ ପ୍ରତିଶତ ଅଧିକ ବୋଲି କମ୍ପାନୀ ପକ୍ଷରୁ ଦର୍ଶାଯାଇଥିଲା ।
ଏହି ଇସ୍ପାତ କମ୍ପାନୀର ନିଜସ୍ୱର ବିଜୁଳିଶକ୍ତି ତ୍ଳାଣ୍ଟ ( କ୍ୟାପ୍ଟିଭ୍‍ ପାୱାର ପ୍ଲାଣ୍ଟ) ଏବଂ ନିଜସ୍ୱ ଖଣି ରହିଛି । ଏହା ଦ୍ୱାରା ପ୍ରସ୍ତୁତ ପିଗ୍‍ ଆଇରନ୍‍ ଏବଂ ଅନ୍ୟ ଲୁହା ସାମଗ୍ରୀ ବିଶେଷ ଆଦୃତ ହୋଇଛି । “କାମଧେନୁ’ ସାର ମଧ୍ୟ ଏହି କମ୍ପାନୀ ଦ୍ୱାରା ପ୍ରସ୍ତୁତ ହୋଇଥାଏ ଯାହା ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ଆଦୃତ ଲାଭ କରିଛି ।

Leave a Reply

Your email address will not be published.