ଆଇ ହୋଲ୍ ଭିତରେ ପାଇପ୍ ଲଗାଇ ପାଣି ପିଉଥିଲେ ଟମ୍, କଷ୍ଟ୍ୟୁମ୍ କଷ୍ଟ ସେୟାର୍ କରିଛନ୍ତି ସ୍ପାଇଡରମ୍ୟାନ୍
‘ସ୍ପାଇଡରମ୍ୟାନ୍ ଫର୍ ଫ୍ରମ୍ ହୋମ୍’ ଆସନ୍ତା ଜୁଲାଇ ୪ ତାରିଖରେ ସିନେମାଘରକୁ ଆସିବ । ଏହା ପୂର୍ବରୁ ସ୍ପାଇଡରମ୍ୟାନ୍ ଭୂମିକାରେ ଥିବା ଟମ୍ ହଲାଣ୍ଡ୍ ସୁଟିଂ ସମୟର କିଛି ସ୍ମୃତି ଓ ଅନୁଭୂତିକୁ ନେଇ ଏକ ସର୍ଟ ଭିଡିଓ ସୋସିଆଲ୍ ମିଡିଆରେ ସେୟାର୍ କରିଛନ୍ତି । ଏହି ଭିଡିଓରେ ଟମ୍ କଷ୍ଟ୍ୟୁମ୍ରେ ଅଛନ୍ତି ଏବଂ ଆଇ ହୋଲ୍ ଦେଇ ଏକ ବଡ଼ ପାଇପ୍ ଦ୍ୱାରା ସେ ପାଣି ପିଉଥିବାର ଦେଖିବାକୁ ମିଳିଛି । ଏକ ସାକ୍ଷାତକାରରେ ମଧ୍ୟ ଟମ୍ ଏ ସମ୍ପର୍କରେ କହିଥିଲେ । ଟମ୍ କହିଛନ୍ତି ଯେ ସ୍ପାଇଡରମ୍ୟାନର କଷ୍ଟ୍ୟୁମ୍ ପିନ୍ଧି ସୁଟିଂ କରିବା ଖୁବ୍ କଷ୍ଟକର । ପ୍ରତିଥର କଷ୍ଟ୍ୟୁମ୍ ବାହାର କରିବା ଓ ପିନ୍ଧିବା ସମୟସାପେକ୍ଷ । ତେଣୁ ଶୋଷ ଲାଗିବା ସମୟରେ ଆଇହୋଲ୍ ମଧ୍ୟରେ ଏକ ପାଇପ୍ ଭର୍ତି କରି ପାଣି ପିଇବାକୁ ପଡ଼ିଥିଲା । ଏହା ସବୁଠାରୁ ଅଧିକ କଷ୍ଟଦାୟକ । ସ୍ପାଇଡରମ୍ୟାନ୍ର ନିର୍ଦ୍ଦେଶକ ଜନ୍ ୱାଟସ୍ ମଧ୍ୟ ଏହି ଭିଡିଓକୁ ସେୟାର୍ କରିଛନ୍ତି ।
ଭାରତୀୟ ଦର୍ଶକ ଓ ସିନେପ୍ରେମୀଙ୍କ ଖୁସିକୁ ଆଖିଆଗରେ ରଖି ଏହି ଫିଲ୍ମକୁ ୪ଟି ଭାଷାରେ ରିଲିଜ୍ କରାଯିବ । ହିନ୍ଦି, ଇଂରାଜୀ, ତାମିଲ୍ ଓ ତେଲୁଗୁ ଭାଷାରେ ପ୍ରସ୍ତୁତ ହେଉଥିବା ଏହି ଫିଲ୍ମରେ ୧୬ କୋଟି ଟଙ୍କା ବଜେଟ୍ ରହିଛି । ପ୍ରତିଥର ଭଳି ଏହି ଫିଲ୍ମ ମଧ୍ୟ ୱାଲର୍ଡ଼ ୱାଇଡ୍ ବ୍ୟବସାୟ କ୍ଷେତ୍ରରେ ସଫଳ ହେବ ବୋଲି ଫିଲ୍ମଟିମ୍ ଆଶା ବାନ୍ଧିଛନ୍ତି ।