ରୋଷେଇ – ଚଣାଡାଲି ପୁଲାଓ

ଆବଶ୍ୟକୀୟ ଜିନିଷ – ୧ କପ୍ ବାସୁମତି ଚାଉଳ, ଦେଢ କପ୍ ସିଝା ଚଣାଡାଲି, ବଟା ହୋଇଥିବା ୨ଟି ପିଆଜ, (ପୁଦିନା, ଧନିଆପତ୍ର, ରସୁଣ, ନଡ଼ିଆ କୋରା, ବଟା ଲଙ୍କା ମିଶି ଅଧା କପ୍), ୧୦ ଟେବୁଲ୍ ସ୍ପୁନ୍ ଘିଅ, ଦେଢ କପ୍ ପାଣି, ଅଧା ଚାମଚ ହଳଦୀ, ୧ ଚାମଚ ଲେମ୍ବୁ ରସ ଓ ସ୍ୱାଦ ଅନୁଯାୟୀ ଲୁଣ ।


ପ୍ରସ୍ତୁତି ପ୍ରଣାଳୀ – ଚାଉଳକୁ ୧୫ ମିନିଟ୍ ବତୁରାଇବା ପରେ ଛାଣି ଦିଅନ୍ତୁ । ଏହାପରେ ପ୍ୟାନ୍ ବସାଇ ୨ ଟେବୁଲ୍ ସ୍ପୁନ୍ ଘିଅ ଦେଇ ଚାଉଳକୁ ପକାନ୍ତୁ ଓ ୫ ମିନିଟ୍ ଭାଜନ୍ତୁ । ଏହାପରେ କୁକର୍ ବସାଇ ସେଥିରେ ୮ ଟେବୁଲ୍ ସ୍ପୁନ୍ ଘିଅ ପକାନ୍ତୁ । ଘିଅ ଗରମ ହେବା ପରେ ସେଥିରେ ପିଆଜ ପେଷ୍ଟ୍ ପକାଇ ଲାଲ୍ ହେବା ପର୍ଯ୍ୟନ୍ତ ଭାଜନ୍ତୁ । ଲାଲ୍ ହେବା ପରେ ସେଥିରେ ଚଣାଡାଲି, ଭଜା ଚାଉଳ ଏବଂ ବାକିଥିବା ସମସ୍ତ ଜିନିଷ ସହିତ ପାଣି ଦେଇ ଭଲ ଭାବେ ଘାଣ୍ଟିଦିଅନ୍ତୁ ଏବଂ ଡାଙ୍କୁଣୀ ବନ୍ଦ କରିଦିଅନ୍ତୁ । ଗୋଟିଏ ହୁଇସିଲ୍ ହେବା ପରେ ଗ୍ୟାସ ବନ୍ଦ କରନ୍ତୁ । ଚାଉଳ ଭଲ ଭାବେ ସିଝିବା ପରେ ଗୋଟିଏ ପ୍ଲେଟ୍ରେ ରଖନ୍ତୁ । ଏହା ଉପରେ ପିଆଜ ଓ ଟମାଟର ସ୍ଲାଇସ୍ ଦେଇ ସଜାନ୍ତୁ ଏବଂ ପରଷନ୍ତୁ ।

Leave a Reply

Your email address will not be published. Required fields are marked *