୫ଟି ବଡ଼ ଶୋ’ର ଅଫରକୁ ନା କହିଛନ୍ତି ଶ୍ରୁତି ଝା
ଟେଲି ଦର୍ଶକଙ୍କ ଫେବରାଇଟ୍ ବୋହୁ ଶ୍ରୁତି ଝା ଆଜିକାଲି ତାଙ୍କର ସଫଳ କ୍ୟାରିୟରକୁ ଉପଭୋଗ କରୁଛନ୍ତି । ଏକତା କପୁରଙ୍କ ଶୋ’ ‘କୁମକୁମ୍ ଭାଗ୍ୟ’ରେ ପ୍ରଜ୍ଞା ଭୂମିକାରେ ଥିବା ଚର୍ଚ୍ଚିତ ଅଭିନେତ୍ରୀ ଶ୍ରୁତିଙ୍କର ପ୍ରଶଂସକଙ୍କ ସଂଖ୍ୟା ଦିନକୁ ଦିନ ବଢିବଢ଼ି ଚାଲିଛି । କିନ୍ତୁ ଏହି ସଫଳତା ପାଇବା ପାଇଁ ଶ୍ରୁତି ଅନେକ କିଛି କଷ୍ଟ ସହିଛନ୍ତି । ଅନେକ ଦିନ ହେଲା ଶ୍ରୁତି କେବଳ ‘କୁମକୁମ୍ ଭାଗ୍ୟ’ ସହିତ ଜଡ଼ିତ ଅଛନ୍ତି ।
କିନ୍ତୁ ଇତିମଧ୍ୟରେ ଶ୍ରୁତିଙ୍କୁ ବଡ଼ ବଡ଼ ଶୋ’ରେ ମୁଖ୍ୟ ଭୂମିକା ପାଇଁ ଅଫର୍ ମିଳିଥିଲା । ସେହି ସବୁ ଶୋ’ ତାଙ୍କର ଅଭିନୟର ଟର୍ଣ୍ଣିଙ୍ଗ୍ ପଏଣ୍ଟ୍ ହୋଇପାରିଥାନ୍ତା । କିନ୍ତୁ କିଛି ନା କିଛି କାରଣ ପାଇଁ ଶ୍ରୁତି ସେହି ଅଫରକୁ ମନା କରିଦେଇଥିଲେ । ସେ ମନା କରିଥିବା ଅଫର୍ ମଧ୍ୟରେ ଥିଲା – ‘କୈସା ୟେ ଇସ୍କ ହେ ଅଜବ ସା ରିସ୍କ ହେ’ (ଲାଇଫ୍ ଓକେ), ‘ଷ୍ଟାର୍ ପ୍ଲସର ‘ଗୁଲାଲ୍’, ‘କିତନି ମୋହାବତ୍ ହେ’, ‘ଯୋଦ୍ଧା ଆକବର’ ଓ ‘ଛନଛନ୍’ । ଏଭଳି ଶୋ’ଗୁଡ଼ିକୁ ହାତଛଡ଼ା କରିବା ପଛରେ ଶ୍ରୁତିଙ୍କର କ’ଣ ଉଦ୍ଦେଶ୍ୟ ଥାଇପାରେ ତାହା ଜଣାନପଡ଼ିଲେ ମଧ୍ୟ ଏହାକୁ ନେଇ ପ୍ରଶଂସକ ମହଲରେ ଅନେକ ଚର୍ଚ୍ଚା ହେଉଛି ।