ଭିଏଫଏକ୍ସରେ ଫୁଲ୍ ‘ହାଉସ୍ଫୁଲ୍ ୪’

ଆଜିକାଲି ଆକ୍ସନ୍ ଓ ଫାଣ୍ଟାସି ଫିଲ୍ମଗୁଡ଼ିକରେ ଆକସନ୍ କମ୍ ଓ ଭିଏଫଏକ୍ସର କମାଲ୍ ଅଧିକ ଦେଖିବାକୁ ମିଳୁଛି । ଅଭିନୟ ଦୁନିଆ ଏବେ ଭିଏଫଏକ୍ସର ଦୁନିଆ ହୋଇଗଲାଣି କହିଲେ ଅତ୍ୟୁକ୍ତି ହେବ ନାହିଁ । ଭିଏଫଏକ୍ସର ଏହି ଯାଦୁ ଆଗାମୀ ସମୟରେ କମେଡ଼ି ଜୋନ୍କୁ ମଧ୍ୟ ଅକ୍ତିୟାର୍ କରିନେଇଛି । ଚଳିତବର୍ଷ ରିଲିଜ୍ ହୋଇଥିବା ସୁପରହିଟ୍ କମେଡ଼ି ଫିଲ୍ମ ‘ଟୋଟାଲ୍ ଧମାଲ୍’ର ଅନେକ ଦୃଶ୍ୟ ଅତ୍ୟାଧୁନିକ କଳାକୌଶଳ ଦ୍ୱାରା ପ୍ରଭାବିତ ଥିଲା । ଏବେ ଆଉ ଏକ ଫିଲ୍ମରେ ଭିଏଫଏକ୍ସର ଯାଦୁ ଦେଖିବାକୁ ମିଳିବ ବୋଳି ଚର୍ଚ୍ଚା ହେଉଛି । ତେବେ ଫିଲ୍ମର ନାଁ ହେଉଛି ‘ହାଉସଫୁଲ୍ ୪’ ।

ଫିଲ୍ମର କାହାଣୀ ଦୁଇଟି ଭାଗରେ ବିଭକ୍ତ । ବର୍ତ୍ତମାନ ସମୟ ଓ ରାଜା ମହାରାଜାଙ୍କ ସମୟ । ରାଜା ମହାରାଜା ସମୟକୁ ପରଦା ଉପରକୁ ଆଣିବା ପାଇଁ ଅଧିକରୁ ଅଧିକ ମାତ୍ରାରେ ଭିଏଫଏକ୍ସର ବ୍ୟବହାର କରାଯିବ । କଳାକାରଙ୍କ ସ୍ୱରରେ ମଧ୍ୟ ଏହି ଅତ୍ୟାଧୁନିକ କୌଶଳ ବ୍ୟବହାର କରାଯିବ । ଏବେ ଏହାର ପ୍ରସ୍ତୁତି ପର୍ବ ଚାଲିଛି । ଫରହାଦ୍ ସାମଜିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ସୁଟିଂ ଶେଷ ହୋଇଯାଇଛି ଏବଂ ଏହା ଆଗାମୀ ଦୀପାବଳିରେ ସିନେମାଘରକୁ ଆସିବ ।

Leave a Reply

Your email address will not be published.