ବାସ୍ତୁ: ଘରେ କାହିଁକି ରଖିବେ ଫାଉଣ୍ଟେନ୍ ଶୋ’ ପିସ୍ କିମ୍ବା ପାଣି ସମ୍ବନ୍ଧୀୟ ଫଟୋ
ବାସ୍ତୁ ଓ ପେଙ୍ଗସୁଇର ଗୁରୁତ୍ୱ ଓ ମହତ୍ୱ ଦିନକୁ ଦିନ ବଢିବାରେ ଲାଗିଛି । ଘର ଠାରୁ ଆରମ୍ଭ କରି କାର୍ଯ୍ୟାଳୟ ନିର୍ମାଣ କ୍ଷେତ୍ରରେ ବାସ୍ତୁଶାସ୍ତ୍ରର ଯେଉଁସବୁ ନିୟମ ରହିଛି, ତାହାକୁ ମାନି ଚଳିବା ଦ୍ୱାରା ପରିବାରକୁ ସଫଳତା ମିଳିଥାଏ । ବାସ୍ତୁ ଭଳି ପେଙ୍ଗସୁଇର କିଛି ଜିନିଷ ରହିଛି, ଯାହାକୁ ରଖିବା ଦ୍ୱାରା ଘରେ ଆର୍ଥିକ ଉନ୍ନତି ସହ ସାମାଜିକ କ୍ଷେତ୍ରରେ ଉନ୍ନତି ହୋଇଥାଏ । ସେହିସବୁ ପେଙ୍ଗସୁଇ ଜିନିଷ ମଧ୍ୟରୁ ଗୋଟିଏ ହେଉଛି ଫାଉଣ୍ଟେନ୍ ଶୋ’ ପିସ୍ କିମ୍ବା ଝରଣା ନଦୀକୂଳର କିଛି ଦୃଶ୍ୟ ଇତ୍ୟାଦି । ଏହାକୁ ଘରେ କିମ୍ବା କାର୍ଯ୍ୟାଳୟରେ ରଖିବା ଦ୍ୱାରା ସଫଳତା ପ୍ରାପ୍ତି ହେବା ସହ ସୁଖ ସମୃଦ୍ଧି ଲାଭ ହୋଇଥାଏ ବୋଲି ବିଶ୍ୱାସ ରହିଛି ।
କିନ୍ତୁ ଏହାକୁ କିଭଳି ରଖିବେ, ସେ ସମ୍ବନ୍ଧୀୟ କିଛି ନିୟମ ରହିଛି । ଆସନ୍ତୁ ଜାଣିବା –
୧- ପରିବାର ମଧ୍ୟରେ ନକାରାତ୍ମକ ଶକ୍ତି ଦୂର କରିବା ସହିତ ଘରକୁ ନଜର ନ ଲାଗିବା ପାଇଁ ବାଲକୋନିରେ ଏକ ଫାଉଣ୍ଟେନ୍ ଶୋ’ ପିସ୍ ରଖନ୍ତୁ ।
୨- ଘରର ସମ୍ପୂର୍ଣ୍ଣ ସାମନାରେ ଏହାକୁ ନ ରଖି ହାଲକା ସାଇଡ୍ କରି ରଖନ୍ତୁ । ମନେ ରଖନ୍ତୁ ଏହାକୁ ଏଭଳି ଭାବେ ରଖିବେ, ଯେପରିକି ପାଣିର ଝରଣା ନିଜ ଘର ଆଡ଼କୁ ରହିବ । କିନ୍ତୁ ବାହାରକୁ ନୁହେଁ ।
୩- ପାଣି ସହିତ ସମ୍ବନ୍ଧିତ କୌଣସି ଶୋ’ ପିସ୍ କିମ୍ବା ଫଟୋ ରୋଷେଇ ଘର କିମ୍ବା ବେଡରୁମରେ ରଖନ୍ତୁ ନାହଁ । ଯଦି ଘର ଭିତରେ ଫାଉଣ୍ଟେନ୍ ରଖୁଥାନ୍ତି, ତାହେଲେ ଏହାକୁ ଦକ୍ଷିଣ-ପୂର୍ବ ଦିଗରେ ରଖନ୍ତୁ । Top Collaboration tools for remote teams https://worksection.com/en/blog/best-tools-for-remote-teams.html