ରୋଷେଇ – ବ୍ରେକୋଲି କର୍ଣ୍ଣ ଟିକ୍କି

ଆବଶ୍ୟକୀୟ ଜିନିଷ – ୨୦୦ଗ୍ରାମ ବ୍ରେକୋଲି, ୫୦ ଗ୍ରାମ ଆମେରିକାନ୍ କର୍ଣ୍ଣ, ଅଧା ଚାମଚ ଗରମ ମସଲା, ୨ଟି କଞ୍ଚା ଲଙ୍କା (ରାଗ ଅନୁଯାୟୀ), ୧ କପ୍ କଟା ଧନିଆ ପତ୍ର,୨ ଚୁଟକି ଭଜା ହିଙ୍ଗୁ ପାଉଡର୍, ୧/୨ ଚାଚମ ଭଜା ଧନିଆ ପାଉଡର୍, କଟା ଅଦା ୧ ଚାମଚ, ୨ଟି ବଡ଼ ଚାମଚ ଭଜା ବାଦାମ୍ ପାଉଡର୍ ଓ ସ୍ୱାଦ ଅନୁଯାୟୀ ଲୁଣ ।


ପ୍ରସ୍ତୁତି ପ୍ରଣାଳୀ – ଗୋଟିଏ ବଡ଼ ବାଉଲରେ ବ୍ରେକୋଲି, ଆମେରିକାନ୍ କର୍ଣ୍ଣ, ଗରମ ମସଲା, ଲଙ୍କା, ଧନିଆପତ୍ର, ଜିରା ପାଉଡର, ଧନିଆ ପାଉଡର୍, ଅଦା, ବାଦାମ୍ ପାଉଡର୍ ଓ ଲୁଣ ପକାଇ ଭଲ ଭାବେ ଗୋଳାନ୍ତୁ । ଯଦି ଏହି ମିଶ୍ରଣ ଅଧିକ ଶୁଖିଯାଏ ତେବେ ଏଥିରେ ଅଳ୍ପ ପାଣି ସିଞ୍ଜି ଦିଅନ୍ତୁ । କିଛି ସମୟ ଛାଡ଼ିଦିଅନ୍ତୁ । ଏହି ମିଶ୍ରଣରେ ଛୋଟ ଛୋଟ ଗୁଳା କରି ତାହାକୁ ହାଲ୍କା ଚେପଟା କରନ୍ତୁ ଏବଂ ଟିକ୍କିର ଆକାର ଦିଅନ୍ତୁ । ଏହାପରେ ପ୍ୟାନ୍ ବସାଇ ହାଲକା ତେଲ ଦେଇ ଟିକିଗୁଡ଼ିକୁ ଦୁଇ ପଟରୁ ଭାଜନ୍ତୁ । ଏହା ଲାଲ୍ ହେବା ପରେ ପ୍ୟାନରୁ ବାହାର କରନ୍ତୁ । ଏହା ଉପରେ ଆଉ କିଛି ଧନିଆ ପ୍ରତ୍ର ପକାଇ ଗରମ ଗରମ ପରଷନ୍ତୁ ।

Leave a Reply

Your email address will not be published. Required fields are marked *