ରୋଷେଇ – ସୁପି ପାସ୍ତା

ଆବଶ୍ୟକୀୟ ଜିନିଷ – ଗୋଟିଏ କପ୍ ସିଝା ପାସ୍ତା, ଖୁବ୍ ଛୋଟ ଛୋଟ କଟାଯାଇଥିବା ଗୋଟିଏ ବଡ଼ ପିଆଜ, ଗୋଟିଏ ଟମାଟ, ଗାଜର କୋରା ୨ ଚାମଚ, ୩ଟି ରସୁଣ କୋଲା, କଟା ସିମଲା ଲଙ୍କା ୨ ଟେବୁଲସ୍ପୁନ୍, ଛତୁ ୨ ଟେବୁଲସ୍ପୁନ୍, କଟା ବନ୍ଧା କୋବି ଅଧା କପ୍ । ପାସ୍ତା ପିଜା ସସ୍ ୨ ଟେବୁଲସ୍ପୁନ୍, ଅଳ୍ପ ଧନିଆ ପତ୍ର, ଗୋଲମରିଚ ପାଉଡର୍ ୧/୨ ଟି ସ୍ପୁନ୍, କର୍ଣ୍ଣ ଫ୍ଲୋର୍ ୧ ଟେବୁଲ୍ ସ୍ପୁନ୍, ବଟର ୨ ଟେବୁଲ୍ ସ୍ପୁନ୍, ପାଣି ଓ ସ୍ୱାଦ ଅନୁଯାୟୀ ଲୁଣ ।


ପ୍ରସ୍ତୁତି ପ୍ରଣାଳୀ – ପ୍ୟାନରେ ବଟର ପକାଇ ଗରମ କରନ୍ତୁ । ସେଥିରେ ରସୁଣ ପକାଇ ୨-୩ ମିନିଟ୍ ଭାଜିବା ପରେ ପିଆଜ ପକାନ୍ତୁ । ଏହା ଗୋଲଡେନ୍ ଲାଲ୍ ହେବା ପରେ ସେଥିରେ ସବୁ ପରିବା ପକାନ୍ତୁ । ଏହାକୁ ମିଡିୟମ୍ ଆଂଚରେ ରଖି ସିଝାନ୍ତୁ । ପରିବା ସମ୍ପୂର୍ଣ୍ଣ ସିଝିବା ପରେ ସେଥିରେ ପ୍ରାୟ ୩ କପ୍ ପାଣି ଓ ସସ୍ ପକାନ୍ତୁ । ପାଣି ଭଲ ଭାବେ ଫୁଟିବା ପରେ ସେଥିରେ ସିଝା ହୋଇଥିବା ପାସ୍ତା ପକାଇ ଭଲ ଭାବେ ଘାଣ୍ଟନ୍ତୁ । । ୨-୩ ମିନିଟ୍ ଫୁଟିବା ପରେ ସେଥିରେ ଗୋଲମରିଚ ପାଉଡର୍ ପକାନ୍ତୁ । ଏହାପରେ ଅଳ୍ପ ପାଣିରେ କର୍ଣ୍ଣଫ୍ଲୋର ମିଶାଇ ଏକ ପେଷ୍ଟ୍ ପ୍ରସ୍ତୁତ କରି ସେହି ପାସ୍ତା ମିଶ୍ରଣରେ ପକାନ୍ତୁ । ଏହାକୁ ୨-୩ ମିନିଟ୍ ଫୁଟିବାକୁ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କର ସୁପି ପାସ୍ତା । ସୁପ୍ ବାଉଲରେ ଏହାକୁ ଗରମ ଗରମ ପରଷନ୍ତୁ ।

Leave a Reply

Your email address will not be published. Required fields are marked *