ଲଣ୍ଡନ୍ ମ୍ୟୁଜିୟମରେ ପିସି

ଇଣ୍ଟର୍ ନ୍ୟାସନାଲ୍ ତାରକା ଭାବେ ବେଶ୍ ପରିଚିତ ପ୍ରିୟଙ୍କା ଚୋପ୍ରା ଜୋନ୍ସଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । ନ୍ୟୁୟର୍କ ପରେ ଏବେ ପିସିଙ୍କ ମହମ ମୂର୍ତ୍ତି ଲଣ୍ଡନସ୍ଥିତ ତୁଷାଦ୍ ମ୍ୟୁଜିୟମରେ ସ୍ଥାନ ପାଇଛି । ମ୍ୟୁଜିୟମ୍ ପକ୍ଷରୁ କରାଯାଇଥିବା ଏକ ଟ୍ୱିଟ୍ ମାଧ୍ୟମରେ ଏହି ଖବର ଜଣାପଡ଼ିଛି । ଖବର ସହିତ ଲେଖାଅଛି – ‘ୱେଲକମ୍ ଟୁ ଲଣ୍ଡନ୍ ପ୍ରିୟଙ୍କା ଚୋପ୍ରା’ । ୨୦୧୭ରେ ଆୟୋଜିତ ଗୋଲଡେନ୍ ଗ୍ଲୋବ୍ ଆୱାର୍ଡ଼ରେ ପିସି ରାଲଫ୍ ଲରେନଙ୍କ ଦ୍ୱାରା ଡିଜାଇନ୍ କରାଯାଇଥିବା ଗୋଲଡେନ୍ ରଙ୍ଗର ଏକ ଡ୍ରେସ୍ ପିନ୍ଧିଥିଲେ । ପିସିଙ୍କ ଏହି ଷ୍ଟାଇଲିସ୍ ଲୁକର ଅବିକଳ ନକଲ କରି ମହମ ମୂର୍ତ୍ତ ପ୍ରସ୍ତୁତ କରାଯାଇଛି ।

ସୋସିଆଲ୍ ମିଡିଆରେ ପିସିଙ୍କର ଜବରଦସ୍ତ ଫ୍ୟାନ୍ ଫଲୋଇଙ୍ଗ୍ ଅଛନ୍ତି ଏବଂ ପିସିଙ୍କ ଫ୍ୟାନ୍ ପେଜ ମାଧ୍ୟମରେ ମହମ ମୂର୍ତ୍ତର ଫଟୋ ସେୟାର୍ କରାଯାଇଛି । ଏହା ସହିତ କ୍ୟାପସନରେ ଲେଖାଯାଇଛି – ‘ବିଶ୍ୱକପ୍ ବ୍ୟତୀତ ଇଂଲାଣ୍ଡ୍ ଏବେ ଆହୁରି ରୋମାଞ୍ଚକର ହୋଇଉଠିଛି’ । ଏହାପୂର୍ବରୁ ୨୦୧୭ରେ ନ୍ୟୁୟର୍କର ତୁସାଦ୍ ମ୍ୟୁଜିୟମରେ ପିସିଙ୍କ ମହମ ମୂର୍ତ୍ତି ରଖାଯାଇଥିଲା ।

Leave a Reply

Your email address will not be published. Required fields are marked *