ଅପକମିଙ୍ଗ୍ ଫିଲ୍ମରେ ଶାହରୁଖ୍-ଆର୍ଯ୍ୟନ୍ ଯୋଡ଼ି

କିଙ୍ଗ ଖାନଙ୍କ ପ୍ରଶଂସକଙ୍କ ପାଇଁ ଏକ ଜବରଦସ୍ତ ଖବର ଶୁଣିବାକୁ ମିଳିଛି । ଫାଦର୍ସ ଡେ’ ଅବସରରେ ଶାହରୁଖ୍ ଏକ ଫଟୋ ସେୟାର୍ କରିବା ସହିତ କିଛି ହିଣ୍ଟସ୍ ଦେଇଛନ୍ତି । ଡିଜନି ପକ୍ଷରୁ ପ୍ରସ୍ତୁତ ଆନିମେସନ୍ ଫିଲ୍ମ ‘ଦ ଲାୟନ୍ କିଙ୍ଗ’ର ହିନ୍ଦି ରିମେକ୍ ପାଇଁ ଶାହରୁଖ୍ ଓ ଆର୍ଯ୍ୟନ୍ ନିଜ ସ୍ୱର ଦେବେ । ଶାହରୁଖ୍ ଲାୟନ୍ କିଙ୍ଗ୍ ମୁଫାସା ଚରିତ୍ର ପାଇଁ ନିଜ ଆୱାଜ୍ ଦେବେ ଏବଂ ମୁଫାସାର ପୁଅ ସିମ୍ବା ଚରିତ୍ର ପାଇଁ ଆର୍ଯ୍ୟନ ଆୱାଜ୍ ଦେବେ ବୋଲି ସୂଚନା ମିଳିଛି । ସୋମବାର ଦିନ ଡିଜନି ଇଣ୍ଡିଆ ପକ୍ଷରୁ ଔପଚାରିକ ଭାବେ ଏହି ଘୋଷଣା କରାଯାଇଛି । ଏହି ଫିଲ୍ମ ଆସନ୍ତା ଜୁଲାଇ ୧୯ ତାରିଖରେ ରିଲିଜ୍ ହେବ ।

କହିରଖୁଛୁ ଏହି ବାପାପୁଅ ଯୋଡ଼ି ଦ୍ୱିତୀୟ ଥର ପାଇଁ କୌଣସି ଆନିମସେନ୍ ଫିଲ୍ମରେ ନିଜ ସ୍ୱର ଦେବାକୁ ଯାଉଛନ୍ତି । ଏହା ପୂର୍ବରୁ ୨୦୦୪ରେ ମୁକ୍ତିଲାଭ କରିଥିବା ‘ଇନକ୍ରେଡିବଲ୍ସ’ ପାଇଁ ଆୱାଜ୍ ଦେଇଥିଲେ । ଶାହରୁଖଙ୍କ ପୂର୍ବରୁ କବିର ବେଦି ‘ମୁସାଫା’ ଚରିତ୍ର ପାଇଁ ଆୱାଜ୍ ଦେଇଥିଲେ । ଟ୍ରେଲରରେ କବୀରଙ୍କ ସ୍ୱର ଶୁଣିବାକୁ ମିଳିଥିଲା । କିନ୍ତୁ ଫାଇନାଲ୍ କାଷ୍ଟ୍ ଭାବେ ଶାହରୁଖଙ୍କୁ ଏହି ପ୍ରୋଜେକ୍ଟ ପାଇଁ ସାଇନ୍ କରାଯାଇଛି ।

Leave a Reply

Your email address will not be published. Required fields are marked *