ସଲ୍ଲୁ ଭାଇଜାନଙ୍କ ନିଆରା ସ୍ଲୋମୋସନ୍ ଭିଡିଓ ଭାଇରାଲ୍
କୌଣସି ନା କୌଣସି କାରଣ ପାଇଁ ଭାଇଜାନ୍ ସବୁବେଳେ ଚର୍ଚ୍ଚାର ପରିସରରେ ରହିଥାନ୍ତି । ସେ ସବୁବେଳେ ନିଜ ପରିବାର ଓ ପ୍ରଶଂସକଙ୍କ ଖୁସି ଦେଖିବାକୁ ପସନ୍ଦ କରନ୍ତି ଏବଂ ସଲ୍ଲୁମିଆଁଙ୍କର ଏଭଳି ଚେଷ୍ଟା ପାଇଁ ସୋସିଆଲ୍ ମିଡିଆରେ ତାଙ୍କର ଫଲୋର୍ସଙ୍କ ସଂଖ୍ୟା ଦିନକୁ ଦିନ ବଢିବଢି ଚାଲିଛି । ଏବେ ଭାଇଜାନଙ୍କ ଏକ ଫନି ସ୍ଲୋମୋସନ୍ ଭିଡିଓ ଭାଇରାଲ୍ ହେବାରେ ଲାଗିଛି ଏବଂ ଏହାକୁ ପ୍ରଶଂସକ ଖୁବ୍ ପସନ୍ଦ କରୁଛନ୍ତି । ବାର୍ଥ ଡେ’ ୱିସ୍ କରିବାର ଏକ ନିଆରା ଢଙ୍ଗ ଏହି ଭିଡିଓରେ ଦେଖିବାକୁ ମିଳିଛି । ଭିଡିଓର ବ୍ୟାକଗ୍ରାଉଣ୍ଡ୍ ସଙ୍ଗ ଭାବେ ରହିଛି ‘ଭାରତ’ର ‘ସ୍ଲୋମୋସନ୍ …’ ଗୀତ । ସୋହେଲ୍ ଖାନଙ୍କ ୮ବର୍ଷର ପୁଅ ୟୋହାନ୍ ଏକ ବଡ଼ ବେଲୁନ୍ ଉପରେ ବସିଛନ୍ତି । ସୋହେଲ୍ ଜୋରରେ ଦୌଡ଼ି ଆସି ବେଲୁନ୍ ଉପରେ ବସୁଛନ୍ତି ଏବଂ ୟୋହାନ୍ ଜମ୍ପ କରୁଥିବା ସମୟରେ ଆଗରେ ଥିବା ସଲମାନ୍ ତାଙ୍କୁ କୋଳେଇ ନେଉଛନ୍ତି ।
ଭିଡିଓଟି ଦେଖିବାକୁ ଖୁବ୍ ମଜାଦାର ଲାଗୁଛି । ୟୋହାନାର ଜନ୍ମଦିନ ଅବସରରେ ସଲ୍ଲୁ ଏହି ଭିଡିଓ ସେୟାର୍ କରିବା ସହିତ କ୍ୟାପସନରେ ଲେଖିଛନ୍ତି – ‘ହାପ୍ପି ବାର୍ଥ ଡେ’ ୟୋହାନ୍ । ତୁମହାରେ ପାପା ତୁମହାରେ ପିଛେ ହେଁ ଔର୍ ମେ ତୁମହାରେ ଆଗେ ହୁଁ । ଲେକିନ୍ ଜ୍ୟାଦା ଉଡ଼୍ ମତ୍ ଜାନା’ । ଏହି କ୍ୟାପସନକୁ ଏବେ ବାର୍ଥ ଡେ’ ୱିସ୍ କରିବାର ନୂଆ ତରିକା ଭାବେ ଆପଣାଇଛନ୍ତି ଯୁବପିଢି । ସଲ୍ଲୁଙ୍କର ଏହି ଭିଡିଓ ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।