ମିସେସ୍ ସିଂ ହେବାପାଇଁ ଦୀପିକାଙ୍କୁ ମିଳିଛି ୧୪ କୋଟି

ଅନସ୍କ୍ରୀନ୍ ଓ ଅଫସ୍କ୍ରୀନର ହଟ୍ ଆଣ୍ଡ୍ ହିଟ୍ ରୋମାଣ୍ଟିକ୍ ଯୋଡ଼ି ରଣବୀର୍ ସିଂ ଓ ଦୀପିକା କବୀର୍ ସିଂଙ୍କ ନିର୍ଦ୍ଦେଶିତ ଅପକମିଙ୍ଗ୍ ଫିଲ୍ମ ‘୮୩’ ଜରିଆରେ ପୁଣିଥରେ ପରଦା ଉପରକୁ ଫେରୁଛନ୍ତି । ରିଏଲ୍ ଲାଇଫର ଏହି ପତି-ପତ୍ନୀ ଯୋଡ଼ି ରିଲ୍ ଲାଇଫରେ ମଧ୍ୟ ପତି-ପତ୍ନୀ ଭୂମିକାରେ ନଜର ଆସିବେ । କିନ୍ତୁ ଏଭଳି ଏକ ଖବର ଆସିଛି ଯେ ଅନସ୍କ୍ରୀନରେ ରଣବୀରଙ୍କ ପତ୍ନୀ ଭୂମିକା ପାଇଁ ଦୀପକାଙ୍କୁ ୧୪ କୋଟି ଟଙ୍କା ଫି’ ମିଳିଛି । କବୀର୍ ଓ ରଣବୀର୍ଙ୍କ ଅନେକ ଅନୁରୋଧ ପରେ ଦୀପିକା ଏହି ଫିଲ୍ମର ଅଫରକୁ ହଁ କହିଛନ୍ତି ବୋଲି ମଧ୍ୟ ଶୁଣାଯାଉଛି ।

ତେବେ ଦୀପିକା ଏହି ଫିଲ୍ମର ଅଫରକୁ ନାଁ କହିବାର ମୁଖ୍ୟ କାରଣ ଥିଲା ତାଙ୍କର ଆଗାମୀ ଫିଲ୍ମ ‘ଛପାକ୍’ । ଦୀପିକା ଏବେ ‘ଛପାକ୍’ର ପ୍ରିରିଲିଜ୍ କାମରେ ସମ୍ପୂର୍ଣ୍ଣ ବ୍ୟସ୍ତତ ଅଛନ୍ତି । ଏହା ସହିତ ‘ବାଜିରାଓ ମସ୍ତାନି’, ‘ପଦ୍ମାବତ’ ଓ ‘ପିକୁ’ ଭଳି ସୁପରହିଟ୍ ଫିଲ୍ମ କରିବା ପରେ ଜଣେ ନାମୀଦାମୀ ଅଭିନେତ୍ରୀ ଭାବେ ସେ କୌଣସି ନନ୍ ସେଣ୍ଟ୍ରାଲ୍ ଭୂମିକାରେ କାମ କରିବାକୁ ପସନ୍ଦ କରିବେ ନାହିଁ ବୋଲି ଚର୍ଚ୍ଚା ହେଉଛି । ୧୯୮୩ରେ ଭାରତ ୱାଲର୍ଡ଼ କପ୍ ଜିତିଥିବାର କାହାଣୀ ଏବଂ ଏଥିରେ କପିଲ୍ଙ୍କ ଭୂମିକାକୁ ନେଇ ‘୮୩’ର କାହାଣୀ ପ୍ରସ୍ତୁତ କରାଯାଇଛି । ତେଣୁ ଏଥିରେ କପିଲଙ୍କ ଭୂମିକାରେ ଥିବା ରଣବୀରଙ୍କୁ ଅଧିକ ଫୋକସ୍ କରାଯିବ । କପିଲଙ୍କ ସ୍ତ୍ରୀ ରୋମି ଦେବଙ୍କ ଭୂମିକାରେ ଆସିବେ ଦୀପିକା, ଯାହାକି ଖୁବ୍ କମ୍ ସମୟ ପାଇଁ ରହିବ । ବୋଧହୁଏ ଏହି କାରଣ ପାଇଁ ଦୀପିକା ଏହି ଅଫରକୁ ମନା କରିଦେଇଥିଲେ । କିନ୍ତୁ ଏବେ ସବୁକିଛି ଠିକ୍ ହୋଇଯାଇଛି । ବିବାହ ପରେ ଏହି ଯୋଡ଼ି ପ୍ରଥମ ଥର ପାଇଁ ପରଦା ଉପରକୁ ଆସୁଥିବାରୁ ସିନେପ୍ରେମୀଙ୍କ ଉତ୍କଣ୍ଠା ଦିନକୁ ଦିନ ବଢିବଢି ଚାଲିଛି ।

Leave a Reply

Your email address will not be published. Required fields are marked *