ରାଗି ମୀରାଙ୍କୁ ମନେଇବା ପାଇଁ କ’ଣ କରନ୍ତି ସାହିଦ୍

ପତି ପତ୍ନୀଙ୍କ ମଧ୍ୟରେ ତୁତୁମେମେ ହେବା ସ୍ୱାଭାବିକ କଥା । ବି ଟାଉନର ସେଲିବ୍ରିଟି ମଧ୍ୟ ଏଥିରୁ ବାଦ୍ ପଡ଼ିନାହାନ୍ତି । ତେବେ ନିକଟରେ ଏ ସମ୍ପର୍କରେ ସାଦିଦ୍ଙ୍କ ଠାରୁ କିଛି ରୋଚକ ଖବର ଶୁଣିବାକୁ ମିଳିଛି । ଯେତେବେଳେ ମୀରା କୌଣସି କଥାରେ ରାଗି ଯାଆନ୍ତି, ତେବେ ସାହିଦ୍ ତାଙ୍କ ସହିତ ଝଗଡ଼ା ନକରି ବରଂ ନିଜ ଆଡ଼ୁ କ୍ଷମା ମାଗିନିଅନ୍ତି । ଅନ୍ୟ ଅର୍ଥରେ କହିବାକୁ ଗଲେ ମୀରାଙ୍କର ଭୁଲ୍ ଥଲେ ମଧ୍ୟ ସାହିଦ୍ କ୍ଷମା ମାଗନ୍ତି । ଆଊ ମୀରାଙ୍କ ରାଗ ଶାନ୍ତ ହୋଇଯାଏ । ଏହି କଥାକୁ ନିଜେ ସାହିଦ୍ କପିଲ୍ ଶୋ’ରେ କହିଥିଲେ । ସାହିଦଙ୍କ ଠାରୁ ଏଭଳି ଶୁଣିବା ପରେ ଦର୍ଶକ ନହସି ରହିପାରିନଥିଲେ ।

ତେବେ କଥା ହେଉଛି ଆଜିକାଲି ସାହିଦ୍ ତାଙ୍କର ଆଗାମୀ ଫିଲ୍ମ ‘କବୀର୍ ସିଂହ’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । କପିଲ୍ ଶର୍ମା ଶୋ’ରେ ମଧ୍ୟ ସାହିଦ୍ ଫିଲ୍ମର ପ୍ରମୋସନ୍ କରିଥିଲେ । ସେଠାରେ ସାହିଦଙ୍କୁ ପଚାରା ଯାଇଥିଲା ମୀରା ରାଗି ଗଲେ ସାହିଦ୍ ତାଙ୍କୁ କିପରି ମନାନ୍ତି ।?ଏହାର ମଜାଦାର ଉତ୍ତର ଏବେ ଆପଣମାନଙ୍କ ସାମନରେ ଅଛି । ସାହିଦ୍ ଓ କିୟାରା ଆଡଭାନିଙ୍କ ଅଭିନୀତ ଓ ସନ୍ଦିପ୍ ୱାଙ୍ଗାଙ୍କ ନିର୍ଦ୍ଦେଶିତ
‘କବୀର୍ ସିଂହ’ ଆସନ୍ତା ୨୧ ତାରିଖ ଦିନ ରିଲିଜ୍ ହେବ ।

Leave a Reply

Your email address will not be published. Required fields are marked *