ଅଳତା ଲଗାଇବା ସମୟରେ କରନ୍ତୁ ନାହିଁ ଏହି ସବୁ ଭୁଲ୍, ନଚେତ୍ ଆସିପାରେ ର୍ଦୁଭାଗ୍ୟ

ହିନ୍ଦୁ ପରମ୍ପରା ଅନୁଯାୟୀ ଅଳତାକୁ ଅତ୍ୟନ୍ତ ଶୁଭ ବୋଲି ବିଚାର କରାଯାଏ । ଘରେ କୌଣସି ପୂଜା ହେଉ କିମ୍ବା କୌଣସି ଉତ୍ସବ ଅଳତା ବିନା ତାହା ସମ୍ପୂର୍ଣ୍ଣ ହୋଇପାରିବ ନାହିଁ । ଆଜିର ଏହି ଅତ୍ୟାଧୁନିକ ସମାଜରେ ଅଳତାର ଗୁରୁତ୍ୱ ହଜିଯାଇନାହିଁ । ତେବେ ଅଳତା ଲଗାଇବା ପାଇଁ କିଛି ନିର୍ଦ୍ଦିଷ୍ଟ ନିୟମ ମଧ୍ୟ ରହିଛି । ତେବେ ଆସନ୍ତୁ ଜାଣିବା –
୧- କେବେ ମଧ୍ୟ ଦକ୍ଷିଣ ଦିଗକୁ ମୁହଁ କରି ଅଳତା ଲଗାନ୍ତୁ ନାହିଁ । ଏହା ଅତ୍ୟନ୍ତ ଅଶୁଭ ବୋଲି ଧରାଯାଏ ।
୨- ଘରର ବୟୋଜ୍ୟେଷ୍ଠ ମହିଳାଙ୍କୁ ଅଳତା ଲଗାଇବା ପରେ ନିଜେ ଅଳତା ଲଗାନ୍ତୁ । ବଡ଼ମାନଙ୍କୁ ଅଳତା ଲଗାଇବା ପରେ ମୁଣ୍ଡିଆ ମାରିବାକୁ ଭୁଲନ୍ତୁ ନାହିଁ ।
୩- ଝିଅ ହୁଅନ୍ତୁ ବା ବିବାହିତା, ମନ୍ଦିର ଯିବା ପୂର୍ବରୁ ସବୁବେଳେ ନିଶ୍ଚୟ ଅଳତା ଲଗାନ୍ତୁ । ଏହା ନକରିବା ଦ୍ୱାରା ପୂଜା ଅସମ୍ପୂର୍ଣ୍ଣ ଥାଏ ବୋଲି ବିଶ୍ୱାସ ରହିଛି ।
୪- ଅଳତା ଛଡ଼ାଇବାକୁ ଥିଲେ ମା’ ଲକ୍ଷ୍ମୀଙ୍କୁ ସ୍ମରଣ କରି ପାଦକୁ ଧୁଅନ୍ତୁ ।
୫- ଅଳତା ଲଗାଇବା ଦ୍ୱାରା ସ୍କିନ୍ ସମସ୍ୟା ହେଉଥିଲେ କେବଳ ପାଦ ଉପରେ ଅଳତାରେ ଗୋଟିଏ ଟୋପା ବନାନ୍ତୁ । କିନ୍ତୁ ପୁରା ଅଳତା ଲଗାଇ ତାହାକୁ ସାଙ୍ଗେ ସାଙ୍ଗେ ରଗଡ଼ି ଧୁଅନ୍ତୁ ନାହିଁ ।
୬- ଘର ମଝିରେ କିମ୍ବା କବାଟ ବନ୍ଧ ଉପରେ ବସି ଅଳତା ଲଗାନ୍ତୁ ନାହିଁ ।

Leave a Reply

Your email address will not be published.