ରୋଷେଇ – ରଜରେ ସ୍ପେଶାଲ୍ କୁଲଫି ମେଙ୍ଗୋ ସକୋର୍

ଆବଶ୍ୟକୀୟ ଜିନିଷ – ଛୋଟ ଛୋଟ କଟା ଯାଇଥିବା ଆମ୍ବ ୨ କପ୍, ୨ ବଡ଼ କପ୍ ଆମ୍ବ ରସ, ୧ ଲିଟର ଖିର, ୨ବଡ଼ ଚାମଚ ଚିନି, ୧ ଛୋଟ ଚାମଚ କନଫ୍ଲୋର୍, ୧ ବଡ଼ ଚାମଚ ମହୁ, ୧ ବଡ଼ ଚାମଚ କଟା ବାଦାମ୍, ଚେରି ୩ଟି ।


ପ୍ରସ୍ତୁତି ପ୍ରଣାଳୀ – ଖିରକୁ ମଧ୍ୟମ ଆଂଚରେ ଫୁଟାନ୍ତୁ । ଖିର ଫୁଟିବା ଭିତରେ ଗୋଟିଏ ବାଉଲରେ ୧ ଚାମଚ ଥଣ୍ଡା ଖିର ଓ କନଫ୍ଲୋର୍ ପକାଇ ଘାଣ୍ଟନ୍ତୁ । ଖିର ଫୁଟି ଫୁଟି ଅଧା ଓ ଗାଢା ହୋଇଥିଲେ ସେଥିରେ ଏହି କନଫ୍ଲୋର ପେଷ୍ଟକୁ ମିଶାଇ ଘାଣ୍ଟନ୍ତୁ । ଏହା ବହଳିଆ ହୋଇଆସିଲେ ସେଥିରେ ଚିନି ମିଶାନ୍ତୁ । ସେଥିରେ ଆମ୍ବ ରସ ଓ ମହୁ ଓ କଟା ଆମ୍ବକୁ ମିଶାନ୍ତୁ । ଏହାକୁ ଆଇସକ୍ରୀମ୍ ଟ୍ରେରେ ରଖି ଫ୍ରିଜର୍ କରନ୍ତୁ । ଏହା ଜମିବା ପରେ ଉପରେ ବାଦାମ୍ ଓ ଚେରିକୁ କାଟି ଗାର୍ଣ୍ଣିସିଙ୍ଗ୍ କରନ୍ତୁ ଓ ପରଷନ୍ତୁ ।

Leave a Reply

Your email address will not be published. Required fields are marked *