ଯୋଗୀଙ୍କ ବିରୋଧରେ ଆପତ୍ତିଜନକ ଟ୍ବିଟ୍‌: ପ୍ରଶାନ୍ତଙ୍କୁ ତୁରନ୍ତ ଖଲାସ କରିବାକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦେଶ

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମ୍ପର୍କରେ ଆପତ୍ତିଜନକ ଟ୍ବିଟ୍‌ ତଥା ଭିଡିଓ ସେଆର୍ କରିବା ଘଟଣାରେ ଗିରଫ ଫ୍ରିଲାନ୍ସ ସାମ୍ବାଦିକ ପ୍ରଶଶନ୍ତ କନୌଜିଆଙ୍କୁ ତୁରନ୍ତ ଖଲାସ କରିବାକୁ ଆଦେଶ ଦେଇଛନ୍ତି ସୁପ୍ରିମ୍‌କୋର୍ଟ। ମଙ୍ଗଳବାର ଏ ସମ୍ପର୍କରେ ଉଭୟ ଉତ୍ତର ପ୍ରଦେଶ ସରକାର ଓ କନୌଜିଆଙ୍କ ପକ୍ଷକୁ ଶୁଥିଥିଲେ କୋର୍ଟ। ଏହାପରେ କୋର୍ଟ ପ୍ରଶାନ୍ତଙ୍କୁ ମୁକୁଳାଇବା ଲାଗି ଜୋର ଦେଇଥିଲେ। ଏନେଇ ରାଜ୍ୟ ସରକାରଙ୍କୁ ଆବଶ୍ୟକ ନିର୍ଦେଶ ଦେଇଛନ୍ତି।

ସମ୍ବାଦ ସରବରାହ ସଂସ୍ଥା ୟୁଏନ୍‌ଆଇର ରିପୋଟର୍ର୍ ଅନୁସାରେ କୋର୍ଟ କହିଛନ୍ତି ଯେ, ‘ଆମେ ଏହି ମାମଲାରେ କୌଣସି ମେରିଟ୍‌ ଅନୁଭବ କରୁନାହୁଁ। ତୁରନ୍ତ କନୌଜିଆଙ୍କ ମୁକ୍ତି ପାଇଁ ଆଦେଶ ଦେଉଛୁ’।

ଉତ୍ତର ପ୍ରଦେଶ ସରକାରଙ୍କ ବିରୋଧରେ କନୌଜିଆଙ୍କ ପତ୍ନୀ ଜାଗିଶଶ ଅରୋରା ଏକ ଯାଚିକା ଆଗତ କରିଥିଲେ। ଏହାର ଶୁଣାଣିରେ କୋର୍ଟ ଏହିପରି ମନ୍ତବ୍ୟ ଜାରି କରିଛନ୍ତି।

ଏହି ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ ଉତ୍ତର ପ୍ରଦେଶ ପୁଲିସ କେଉଁ ଆଧାରରେ ସାମ୍ବାଦିକଙ୍କୁ ଗିରଫ କରିଛି ବୋଲି ପ୍ରଶ୍ନ କରିଥିଲେ। ଉଦାରତା ଦେଖାଇ ସାମ୍ବାଦିକଙ୍କୁ ତୁରନ୍ତ ମୁକ୍ତ କରାଯିବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଲୋକଙ୍କ ସ୍ୱାଧୀନତା ଅକ୍ଷୁଣ୍ଣ ଏବଂ ଏହା ସହିତ କେହି ସାଲିସ କରାଯାଇପାରିବ ନାହିଁ ବୋଲି ବି ସୁପ୍ରିମକୋର୍ଟ କହିଛନ୍ତି।

Leave a Reply

Your email address will not be published.