ସାରାଙ୍କ ବାହାଘର ପ୍ଲାନିଙ୍ଗ୍ କ’ଣ ଜାଣନ୍ତୁ
ବଲିଉଡ୍ ନବାବ୍ ସେଫ୍ ଅଲ୍ଲୀ ଖାନଙ୍କ ସୁପୁତ୍ରୀ ସାରା ଅଲ୍ଲୀ ଖାନ୍ ଗତ ବର୍ଷ ‘କେଦାରନାଥ୍’ରୁ ବଲିଉଡରେ ପାଦ ଥାପିଥିଲେ । ଫିଲ୍ମଟି ରିଲିଜ୍ ହେବା ପରେ ତାଙ୍କର ଅଭିନୟ ଓ ତାଙ୍କର ବ୍ୟକ୍ତିଗତ ଜୀବନକୁ ନେଇ ପ୍ରଶଂସକ ମହଲରେ ଅନେକ ଚର୍ଚ୍ଚା ଆରମ୍ଭ ହୋଇଛି । ଅନେକ ସମୟରେ ସାରାଙ୍କ ବାହାଘର ଓ ଲଭ୍ ଆଫେୟାର୍ କଥା ଉଠିଛି । ଏ ସମ୍ପର୍କରେ ସାରା ମଧ୍ୟ ଖୁଲମଖୁଲା ଭାବରେ ମିଡିଆ ସାମନାରେ ଅନେକ କିଛି କହିଛନ୍ତି । ଅଭିନେତା କାର୍ତ୍ତିକ ଆର୍ଯ୍ୟନ୍ଙ୍କ ସହିତ ସାରାଙ୍କ ସମ୍ପର୍କକୁ ନେଇ ପ୍ରଶ୍ନ କରାଯାଇଛି । ତେବେ ଏଭଳି ବିଭିନ୍ନ ଚର୍ଚ୍ଚା ମଧ୍ୟରୁ ଏବେ ସାରାଙ୍କୁ ତାଙ୍କର ବିବାହ ପ୍ଲାନିଙ୍ଗକୁ ନେଇ ପ୍ରଶ୍ନ କରାଯାଇଥିଲା ।
ଏହାର ଉତ୍ତରରେ ସାରା କହିଛନ୍ତି ଯେ – ସେ ତାଙ୍କ ମା’ ଅମୃତାଙ୍କୁ ଛାଡ଼ି କେଉଁଆଡ଼େ ମଧ୍ୟ ଯିବାକୁ ପସନ୍ଦ କରନ୍ତି ନାହିଁ । ଅଧିକ ଦିନ ସେ ମା’ଙ୍କଠାରୁ ଦୂରରେ ରହିପାରିବେ ନାହିଁ । କିନ୍ତୁ ଏହା ମା’ଙ୍କୁ ଟିକେ ଆଶ୍ଚର୍ଯ୍ୟ କରେ । କାରଣ ସେ ମୋ ବାହାଘର ପାଇଁ ଅନେକ ସ୍ୱପ୍ନ ଦେଖିଛନ୍ତି । ତେଣୁ ବାହାଘର ପରେ ମା’ ମଧ୍ୟ ମୋ ସହିତ ରହିପାରିବେ । ଏଥିରେ କୌଣସି ସମସ୍ୟା ନାହିଁ । ସାରା ଆଜିକାଲି ‘ଲଭ୍ ଆଜକଲ୍ ୨’ର ସୁଟିଂରେ ବ୍ୟସ୍ତ ଅଛନ୍ତି ଏବଂ ଏଥିରେ ତାଙ୍କ ବିପକ୍ଷର ହିରୋ ସାଜିଛନ୍ତି କାର୍ତ୍ତିକ୍ ଆର୍ଯ୍ୟନ୍ ।











