ପ୍ରଥମ ଦିନରେ ଅନେକ ରେକର୍ଡ଼ ଭାଙ୍ଗିଲା ଭାରତ
ଇଦ୍ ଭେଟି ଭାବେ ମୁକ୍ତିଲାଭ କରିଥିବା ଦବଙ୍ଗ ଭାଇଜାନଙ୍କ ଫିଲ୍ମ ‘ଭାରତ’ ପ୍ରଥମ ଦିନରେ ହିଁ ବକ୍ସ ଅଫିସ୍ ବ୍ୟବସାୟ କ୍ଷେତ୍ରରେ ଥିବା ପୂର୍ବ କିଛି ରେକର୍ଡ଼କୁ ଭାଙ୍ଗିଦେଇଛି । ୬ ହଜାରରୁ ଊଦ୍ଧ୍ୱର୍ ସ୍କ୍ରୀନରେ ପ୍ରଦର୍ଶିତ ‘ଭାରତ’ ଓପନିଙ୍ଗ୍ ଡେ’ରେ ୪୨.୩୦ କୋଟି ଟଙ୍କାର ବ୍ୟବସାୟ କରିଛି, ଯାହାକି ଚଳିତବର୍ଷର ସବୁଠାରୁ ବଡ଼ ଓପନିଙ୍ଗ୍ ବିଜନେସ୍ ତାଲିକାର ଶୀର୍ଷରେ ରହିଛି । ଏହା ପୂର୍ବରୁ ‘କଳଙ୍କ’ ଓପନିଙ୍ଗ୍ ଡେ’ ରେ ୨୧.୬୦ କୋଟି ଟଙ୍କା ବ୍ୟବସାୟ କରି ରେକର୍ଡ଼ କରିଥିଲା । ଦ୍ୱିତୀୟ ରେକର୍ଡ଼ ହେଉଛି – ଇଦରେ ମୁକ୍ତିଲାଭ କରିଥିବା ସଲମାନଙ୍କ ସମସ୍ତ ଫିଲ୍ମର ଓପନିଙ୍ଗ୍ ଡେ’ ବିଜନେସ୍କୁ ‘ଭାରତ’ ପଛରେ ଛାଡିଛି । ଏହା ପୂର୍ବରୁ ସଲ୍ଲୁ ଭାଇଜାନଙ୍କ ‘ପ୍ରେମ୍ ରତନ ଧନ୍ ପାୟୋ’ ୪୦.୩୫ କୋଟି ଟଙ୍କାର ଓପନିଙ୍ଗ୍ ଡେ’ ବ୍ୟବସାୟ କରି ପ୍ରଥମ ସ୍ଥାନ ଅଧିକାର କରିଥିଲା ।
ଇଣ୍ଡିଆ ଓ ସାଉଥ୍ ଆଫ୍ରିକା କ୍ରିକେଟ୍ ମ୍ୟାଚ୍ ମଧ୍ୟ ଫିଲ୍ମର ବକ୍ସ ଅଫିସ୍ରେ କୌଣସି ବାଧା ସୃଷ୍ଟି କରିପାରିନାହିଁ । ଦର୍ଶକ ମ୍ୟାଚ୍ ଅପେକ୍ଷା ଭାଇଜାନଙ୍କୁ ପସନ୍ଦ କରିଛନ୍ତି । ଫିଲ୍ମର ଏଭଳି ସଫଳତା ଭାଇଜାନଙ୍କ ଇଦ୍ ଖୁସିକୁ ନିଶ୍ଚିତ ଭାବେ ଦ୍ୱିଗୁଣ କରିଥିବ ବୋଲି ଏବେ ସବୁଆଡ଼େ ଚର୍ଚ୍ଚା ହେଉଛି ।