ବୁଧ ଗ୍ରହଦୋଷରୁ ମୁକ୍ତି ପାଇଁ ଘରେ କରନ୍ତୁ ବଗିଚା
ଗ୍ରହଦୋଷରୁ ମୁକ୍ତି ପାଇବା ପାଇଁ ଅନେକ ବ୍ୟକ୍ତି ପୂଜାପାଠ, ହୋମଯଜ୍ଞ କିମ୍ବା ବିଭିନ୍ନ ପ୍ରକାର ରତ୍ନ ଧାରଣ କରିଥାନ୍ତି । କିନ୍ତୁ ଏସବୁ କ୍ଷେତ୍ରରେ ଥିବା ବିଭିନ୍ନ ନିୟମ ମାନି ଚଳିବା କାଠିକର ପାଠ । ତେଣୁ ଗ୍ରହଦୋଷରୁ ମୁକ୍ତି ପାଇବା ପାଇଁ ଶାସ୍ତ୍ରକାରମାନେ ଏକ ସରଳ ଉପାୟ କହିଛନ୍ତି । ଜାତକରେ ବୁଧଗ୍ରହ ଦୋଷ ଲାଗିଥିବା ବ୍ୟକ୍ତିମାନେ ନିଜ ଘରେ ବଗିଚାଟିଏ ପ୍ରସ୍ତୁତ କରି ଗଛର ଯତ୍ନ ନିଅନ୍ତୁ । ଏଭଳି କରିବା ଦ୍ୱାରା ବୁଧ ଗ୍ରହଦୋଷ କଟିଯାଏ ବୋଲି ବିଶ୍ୱାସ ରହିଛି । ଅଧିକ ପରିମାଣରେ ଫୁଲ ଗଛ ଓ ଫଳ ଗଛ ଲଗାନ୍ତୁ । ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ପାଣି ଦେବା ସହ ଗଛରେ ଥିବା ପୁରୁଣା ପତ୍ର ଓ ଫୁଲ ସରିଥିବା ଡାଳକୁ କାଟି ଗାର୍ଡ଼େନିଂ କରନ୍ତୁ । ଏହା ବ୍ୟତୀତ ଗୋଟିଏ କଦଳୀ ଗଛ ଆଣି ଐଶାନ୍ୟ କୋଣରେ ଲଗାନ୍ତୁ ।
କଦଳୀ ଗଛ ପାଖରେ ଏକ ତୁଳସୀ ଲଗାଇବା ଦ୍ୱାରା ଭଗବାନଙ୍କ କୃପା ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି । କିନ୍ତୁ ଘର ପାଖରେ ଓ ମୁଖ୍ୟ ଦ୍ୱାର ପାଖରେ କୌଣସି କଣ୍ଟାଗଛ ଲଗାନ୍ତୁ ନାହଁ । କିମ୍ବା ଖିର ବାହାରୁଥିବା କୌଣସି ଗଛକୁ ବଗିଚାରେ କିମ୍ବା ଘର ଭିତରେ ରଖନ୍ତୁ ନାହିଁ । ଯଦି ଆପଣ ମଧ୍ୟ ବୁଧଗ୍ରହ ଦୋଷ ଭୋଗୁଥାନ୍ତି, ତେବେ ଥରେ ଏହି ଉପାୟକୁ କରି ଦେଖନ୍ତୁ ।