ହେଲଥ୍ ଟିପ୍ସ୍: ଅନେକ ରୋଗର ଗୋଟିଏ ସମାଧାନ ସୁଇମିଙ୍ଗ୍
ଯଦି ଆପଣ ଫ୍ୟାଟରୁ ଫିଟ୍ ହେବା ପାଇଁ ଚାହୁଁଛନ୍ତି, କିନ୍ତୁ ଅଧିକ ଖାଇବା ଲୋଭକୁ ଛାଡ଼ିପାରୁନାହାନ୍ତି କିମ୍ବା ସମୟ ଅଭାବରୁ କୌଣସି ୱାର୍କଆଉଟ୍ କରିପାରୁନାହାନ୍ତି, ତେବେ ଆପଣ କେବଳ ଗୋଟିଏ କାମ କରିପାରିବେ । ଏହି କାମ ଦ୍ୱାରା ଖୁବ୍ କମ୍ ଦିନ ମଧ୍ୟରେ ଆପଣଙ୍କ ମୋଟାପା କମିଯିବା ସହ ଶରୀର ସୁସ୍ଥ ରହିବ । ସେହି କାମଟି ହେଉଛି ପ୍ରତ୍ୟେକ ଦିନ ମାତ୍ର ୨୦-୩୦ ମିନିଟ୍ ଆପଣ ସୁଇମିଙ୍ଗ୍ କରନ୍ତୁ । ଏକ ରିସର୍ଚ ରିପୋର୍ଟରୁ ଜଣାଯାଇଛି ସୁଇମିଙ୍ଗ୍ କରିବା ଦ୍ୱାରା ସବୁଠାରୁ ଅଧିକ କ୍ୟାଲୋରି ଖର୍ଚ୍ଚ ହୋଇଥାଏ । ମାତ୍ର ୩୦ ମିନିଟ୍ ସୁଇମିଙ୍ଗ୍ ଦ୍ୱାରା ବର୍ଣ୍ଣ ହୋଇଥାଏ ୪୦୪ କିଲୋ କ୍ୟାଲୋରି । ପ୍ରତିଦିନ ସକାଳୁ ମର୍ଣ୍ଣିଙ୍ଗ୍ ୱାକରେ ଜୋର୍ଜୋର୍ ଚାଲିଲେ ମଧ୍ୟ ଏତିକି କ୍ୟାଲୋରି ଖର୍ଚ୍ଚ ହୋଇନଥାଏ ।
ତେଣୁ ମୋଟାପା କମାଇବା ପାଇଁ ଆପଣ ନିଶ୍ଚିତ ଭାବେ ସୁଇମିଙ୍ଗ୍ ଶିଖନ୍ତୁ । ଏହାର ଆଉ କିଛି ଲାଭ ହେଉଛି –
୧- କେବଳ ମୋଟାପା କମାଇବା ପାଇଁ ନୁହେଁ ସୁଇମିଙ୍ଗ୍ କରିବା ଦ୍ୱାରା ହୃଦଘାତ ହେବାର ଆଶଙ୍କା ପ୍ରାୟ ୪୦ % କମ୍ ହୋଇଥାଏ ବୋଲି ସ୍ୱାସ୍ଥ୍ୟବିଜ୍ଞାନୀ ମାନେ ଏକ ପରୀକ୍ଷଣରୁ ଜାଣିଛନ୍ତି ।
୨- ବ୍ଲଡପ୍ରେସର୍ ଓ କୋଲେଷ୍ଟ୍ରଲ୍ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ ସୁଇମିଙ୍ଗ୍ ।
୩- ମାଂସପେଶୀ ଜନିତ ବିଭିନ୍ନ ରୋଗ ଦୂର କରିବା ଓ ହାଡ଼ ମଜବୁତ୍ କରିବା ପାଇଁ ସୁଇମିଙ୍ଗ୍ ସବୁଠାରୁ ଭଲ ଏକ୍ସରସାଇଜ୍ ।
୪- ଏହା ଅବସାସ ଦୂର କରିବାରେ ଖୁବ୍ ସହାୟକ ।
୫- ଡାଇବେଟିସ୍ ରୋଗୀମାନେ ପ୍ରତିଦିନ ଅତିକମ୍ରେ ୧୦ରୁ ୧୫ ମିନିଟ୍ ସୁଇମିଙ୍ଗ୍ କରିବା ଉଚିତ୍ ।
୬- ତ୍ୱଚା ଜନିତ କିଛି ରୋଗ ଥିଲେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସୁଇମିଙ୍ଗ୍ କରନ୍ତୁ ।