ରୋଷେଇ: ସୁଜି-ଆଳୁ ରୋଲ୍

ଆବଶ୍ୟକୀୟ ସାମଗ୍ରୀ – ୧ କପ୍ ସୁଜି, ଅଧା କପ୍ ଦହି, ସ୍ୱାଦ ଆନୁଯାୟୀ ଲୁଣ, ୨ଟି ବଡ଼ ଆଳୁ, ସୋରିଶ ୧ ଚାମଚ, ଜିରା ୧ ଚାମଚ, ବଡ଼ ପିଆଜ, ଅଳ୍ପ ଧନିଆ ପତ୍ର ଓ ୨ ଚାମଚ ତେଲ ।


ପ୍ରସ୍ତୁତି ପ୍ରଣାଳୀ –
ପ୍ରଥମେ ସୁଜି, ଦହି, ଲୁଣ ମିଶାଇ ଅଳ୍ପ ପାଣି ମିଶାଇ ଭଲ ଭାବେ ଫେଣ୍ଟି ଦିଅନ୍ତୁ । ଏହାକୁ ଅଧଘଣ୍ଟା ଘୋଡ଼େଇ ରଖିଦିଅନ୍ତୁ । ଏହାପରେ କରେଇ ବସାଇ ତେଲ ଦିଅନ୍ତୁ । ତେଲ ଗରମ ହେବା ପରେ ସେଥିରେ ସୋରିଷ, ଜିରା କଟା ପିଆଜ ପକାଇ ଭଲ ଭାବେ ଭାଜନ୍ତୁ । ଭାଜିବା ପରେ ପୂର୍ବରୁ ସିଝାଇ ରଖିଥିବା ଆଳୁ ଚକଟା ଓ ଅଳ୍ପ ଲୁଣ ସେଥିରେ ମିଶାଇ ଲାଲ୍ ହେବା ପର୍ଯ୍ୟନ୍ତ ଭାଜନ୍ତୁ । ଏହାପରେ କଟା ଧନିଆ ପତ୍ର ପକାଇ ତାହାକୁ ଥଣ୍ଡା ହେବାକୁ ରଖିଦିଅନ୍ତୁ । ଥଣ୍ଡା ହେବା ପରେ ଆଳୁରେ ଛୋଟ ଛୋଟ ରୋଲ୍ କରି ରଖନ୍ତୁ । ଏହାପରେ ସୁଜି ଓ ଦହିର ପେଷ୍ଟରେ ଅଳ୍ପ ପାଣି ଦେଇ ଗ୍ରାଇଣ୍ଡ୍ କରନ୍ତୁ ଏବଂ ପ୍ୟାନ୍ ବସାଇ ଚକୁଳି ପିଠା ଭଳି କରନ୍ତୁ । ସେହି ଚକୁଳି ପିଠା ଉପରେ ଟମାଟ ଶଶକୁ ଭଲ ଭାବେ ଲଗାଇ ଆଳୁ ରୋଲକୁ ଦେଇ ପୁଣିଥରେ ରୋଲ୍ କରନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କର ବ୍ରେକଫାଷ୍ଟ୍ । ଖାଇବା ପୂର୍ବରୁ ଆପଣ ଏହାକୁ ଆଉ ଥରେ ଗରମ କରିପାରିବେ କିମ୍ବା ଥଣ୍ଡା ଖାଇପାରିବେ ।

Leave a Reply

Your email address will not be published. Required fields are marked *