ବ୍ୟବସାୟରେ କ୍ଷତି ହେଉଛି କି? ତାହେଲେ ପର୍ସରେ ରଖିଦିଅନ୍ତୁ ଏହି ଜିନିଷ

ଯଦି ସବୁପ୍ରକାର ଚେଷ୍ଟା ଓ ପରିଶ୍ରମ ପରେ ମଧ୍ୟ ବ୍ୟବସାୟରେ କ୍ଷତି ହେଉଛି କିମ୍ବା ଘରେ କୌଣସି କାରଣ ପାଇଁ ସବୁବେଳେ ଆର୍ଥିକ ସମସ୍ୟା ଲାଗି ରହୁଛି, ତାହେଲେ କେବଳ ଗୋଟିଏ ସାଧାରଣ ଉପାୟ କରି ଦେଖନ୍ତୁ । ଏହାଦ୍ୱାରା ବ୍ୟବସାୟରେ ଉନ୍ନତି ହେବା ସହ ଆପଣଙ୍କ ପର୍ସରେ କେବେ ମଧ୍ୟ ଟଙ୍କାର ଅଭାବ ରହିବ ନାହିଁ ।

ତେବେ ଆସନ୍ତୁ ଜାଣିବା –
ପ୍ରତିଦିନ ସକାଳେ ସ୍ନାନ ସାରିବା ପରେ ଅଶ୍ୱତଥ୍ ଗଛର ଏକ ପତ୍ରକୁ ଆଣି ସେଥିରେ ନାଲି ସୂତା ବାନ୍ଧି ପୂଜାଘରେ ରଖି ପୂଜା କରନ୍ତୁ । ପୂଜା ସରିବା ପରେ ମା’ ଲକ୍ଷ୍ମୀ ଓ ବିଷ୍ଣୁଙ୍କୁ ସ୍ମରଣ କରି ତାହାକୁ ସଙ୍ଗେ ସଙ୍ଗେ ନିଜ ପର୍ସରେ ରଖିଦିଅନ୍ତୁ । ପ୍ରତିଦିନ ଏହି ଉପାୟ କରନ୍ତୁ । ମନେ ରଖନ୍ତୁ ନୂଆ ପତ୍ର ରଖିବା ପୂର୍ବରୁ ପୁରୁଣା ପତ୍ରକୁ ବାହାରେ କେଉଁଆଡ଼େ ନ ଫୋପାଡ଼ି ବାସି ପୂଜାଫୁଲ ସହିତ ମିଶାଇ ଦିଅନ୍ତୁ । କିଛିଦିନ ଏହି ଉପାୟ କରିବା ଦ୍ୱାରା ଘରେ ଧନର ଅଭାବ ରହେ ନାହିଁ ବୋଲି ଶାସ୍ତ୍ରକାରମାନେ ମତ ଦେଇଥାନ୍ତି । ତେବେ ଆପଣ ମଧ୍ୟ ଥରଟିଏ ଏହି ଉପାୟ ଆପଣାଇ ଦେଖନ୍ତୁ ।

Leave a Reply

Your email address will not be published. Required fields are marked *