ଥୋଡ଼ିରେ ଅଛି କି କଳାଜାଇ? ଜାଣନ୍ତୁ ଏହାର ରହସ୍ୟ
ଜ୍ୟୋତିଷଶାସ୍ତ୍ରରେ କଳାଜାଇର ବହୁତ ମହତ୍ୱ ରହିଛି । ଶରୀରର କେଉଁ ସ୍ଥାନରେ କଳାଜାଇ ଥିଲେ କ’ଣ ଲାଭ ବା କ୍ଷତି ହୋଇଥାଏ ସେ ସମ୍ପର୍କରେ ଶାସ୍ତ୍ରରେ ବର୍ଣ୍ଣିତ । ତେବେ ଯଦି ଆପଣଙ୍କ ଥୋଡ଼ିରେ କଳାଜାଇ ଅଛି, ତେବେ ଖୁସି ହୋଇଯାଆନ୍ତୁ । ଏହା ସୌଭାଗ୍ୟର ପ୍ରତିକ । ଯେଉଁ ବ୍ୟକ୍ତିଙ୍କ ଥୋଡ଼ିରେ କଳାଯାଇ ଅଛି ସେମାନେ ବହୁତ ଧନୀ ଓ ପ୍ରଭାବଶାଳୀ ହୋଇଥାନ୍ତି । ପୁରୁଷମାନଙ୍କ ଥୋଡ଼ିରେ କଳାଜାଇ ଥିଲେ ସେମାନେ ବହୁତ ଲକ୍ଷ୍ମୀବନ୍ତ ବୋଲି କୁହାଯାଏ । ଚାକିରି ହେଉ କିମ୍ବା ବ୍ୟବସାୟ, ସେମାନେ ଉଚ୍ଚ ପଦବୀରେ ରହିଥାନ୍ତି ଏବଂ ସେମାନଙ୍କର ଆର୍ଥିକ ସ୍ଥିତି ସବୁ ସମୟରେ ଖୁବ୍ ମଜବୁତ୍ ରହିଥାଏ । ସେମାନେ ସମାଜରେ ଧନୀ ବ୍ୟକ୍ତି ଭାବେ ପରିଚୟ ହାସଲ କରିଥାନ୍ତି ।
ଯେଉଁ ଝିଅମାନଙ୍କ ଥୋଡ଼ିରେ କଳାଜାଇ ରହିଛି, ସେମାନେ ସବୁବେଳେ ଘରର କିମ୍ବା ନିଜର ସାଜସଜ୍ଜା ପ୍ରତି ଅଧିକ ଧ୍ୟାନ ଦେଇଥାନ୍ତି । ସୌଖିନ୍ ଜିନିଷ କିଣିବାରେ ହେଉଥିବା ଖର୍ଚ୍ଚକୁ ସେମାନେ ଆଦୌ ଧ୍ୟାନ ଦିଅନ୍ତି ନାହିଁ । ସେହି ଝିଅମାନେ ତାଙ୍କ ଶାଶୁଘରେ ସୌଭାଗ୍ୟ ଆଣିଥାନ୍ତି । ସେମାନେ ଜୀବନରେ ସବୁବେଳେ ସୁଖ ଓ ଆରାମ ଭୋଗ କରିଥାନ୍ତି ।