ଜୁନ୍ ୧୭ରୁ ୪୦ ଦିନିଆ ସଂସଦ ଅଧିବେଶନ
ସଂସଦର ପ୍ରଥମ ଅଧିବେଶନ ଜୁନ୍ ୧୭ ତାରିଖରୁ ଅନୁଷ୍ଠିତ ହେବ। ଏନେଇ ସୂଚନା ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର ସୂଚନା ଦେଇଛନ୍ତି। ଏହି ଅଧିବେଶନ ୪୦ ଦିନ ଧରି ଚାଲିବ। ଜୁଲାଇ ୨୬ ତାରିଖରେ ଅଧିବେଶନ ଶେଷ ହେବ ବୋଲି ସେ ସୂଚନା ଦେଇଛନ୍ତି।
ଏହି ଅଧିବେଶନରେ ବଜେଟ୍ ଆଗତ ହେବ। ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଏହି ବଜେଟ୍ ଉଦ୍ଦିଷ୍ଟ ହେବ। ଜୁଲାଇ ୫ ତାରିଖରେ ବଜେଟ୍ ଉପସ୍ଥାପନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
ଜୁନ୍ ୧୯ ତାରିଖରେ ସଂସଦର ନିମ୍ନ ସଦନ ଅର୍ଥାତ୍ ଲୋକସଭାରେ ବାଚସ୍ପତି ନିର୍ବାଚନ ହେବ। ୨୦ ତାରିଖ ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଭୟ ଗୃହର ସଦସ୍ୟଙ୍କୁ ମିଳିତ ଭାବେ ସମ୍ବୋଧିତ କରିବେ।
ଏହି ଅଧିବେଶନରେ ଅନେକ ଗୁରୁତ୍ଵପୂଣ୍ଣ ଆଲୋଚନା ସାଙ୍ଗକୁ ବଜେଟ୍ ଉପସ୍ଥାପନ କାର୍ଯ୍ୟକ୍ରମ ଥିବାରୁ ଆବଶ୍ୟକ ସମୟରେ ଅର୍ଥନୀତିକ ସର୍ବେକ୍ଷଣ ରିପୋଟର୍ର୍ ଉପସ୍ଥାପନ କରାଯିବ। ଜୁଲାଇ ୪ ତାରିଖରେ ଅର୍ଥନୀତିକ ସର୍ବେକ୍ଷଣ ରିପୋର୍ଟ ଉପସ୍ଥାପନ କରାଯିବ ବୋଲି ସେ କହିଛନ୍ତି।