କୁନି ଝିଅର ଯୋଗାସନ ଫଟୋ ସେୟାର୍ କଲେ ଫରାହ୍

ବି ଟାଉନର ସୁପ୍ରସିଦ୍ଧ କୋରିଓଗ୍ରାଫର୍ ଫରାହ୍ ଖାନ୍ ତାଙ୍କର ୧୧ ବର୍ଷର ଝିଅ ଦିଭା କୁନ୍ଦରଙ୍କ ଏକ ଯୋଗାସନ ଫଟୋକୁ ଇନଷ୍ଟାଗ୍ରାମରେ ସେୟାର୍ କରିଛନ୍ତି । କ୍ୟାପସନରେ ଲେଖାଯାଇଛି – ଆଜ୍ କା ଯୋଗାସନ୍ ପୋଜ୍’ । ଦିଭା ଏକ କଠିନ ଯୋଗାସନକୁ ଖୁବ୍ ସହଜରେ କରିପାରିଛନ୍ତି । ଏହି ଫଟୋ ସେୟାର୍ ହେବାର ମାତ୍ର ୩ ଘଣ୍ଟା ମଧ୍ୟରେ ୩୦ ହଜାରରୁ ଅଧିକ ଲାଇକ୍ ମିଳିସାରିଛି । ଦିଭାଙ୍କର ଏହି ଯୋଗାସନକୁ ଅନେକ ବଲିଉଡ୍ ତାରକା ମଧ୍ୟ ପ୍ରଶଂସା କରିଛନ୍ତି । ଏହି ଯୋଗାସନକୁ ସିରସାପଦ ନଟରାଜନ୍ କୁହାଯାଏ । ଏହାପୂର୍ବରୁ ମଧ୍ୟ ଦିଭା ଏଭଳି ଆହୁରି କିଛି କଷ୍ଟକର ଯୋଗାସନ କରି ଖୁବ୍ ପ୍ରଶଂସା ସାଉଁଟିଛନ୍ତି ।

Leave a Reply

Your email address will not be published. Required fields are marked *