ଏଥେନାଙ୍କ ବାର୍ଥ ଡେ’ ପାର୍ଟି ଆରେଞ୍ଜ୍ କଲେ ସୁହାନା ଖାନ୍

ନିକଟରେ ବଲିଉଡ୍ ବାଦଶାହ ଶାହରୁଖଙ୍କ ଅଲିଅଳୀ ଝିଅ ସୁହାନା ଖାନ୍ ତାଙ୍କର ଜଣେ ଖାସ୍ ଦୋସ୍ତ୍ ଏଥେନାଙ୍କ ବାର୍ଥ ଡେ’ ପାର୍ଟିର ଆରେଞ୍ଜମେଣ୍ଟ୍ କରି ଚର୍ଚ୍ଚାରେ ଅଛନ୍ତି । ଏହି ବାର୍ଥ ଡେ’ ପାର୍ଟିର କିଛି ଫଟୋ ଏବେ ସୋସିଆଲ୍ ମିଡିଆରେ ଘୁରି ବୁଲୁଛି ଏବଂ ଏଥିରେ ସୁହାନା ଖୁବ୍ ଫ୍ୟାଶନେବୁଲ୍ ଓ ସୁନ୍ଦର ଲାଗୁଛନ୍ତି । ୧୯ ବର୍ଷୀୟା ସୁହାନା ହ୍ୱାଇଟ୍ ରଙ୍ଗର ସାର୍ଟରେ ଖୁବ୍ ସୁନ୍ଦର ନଜର ଆସୁଛନ୍ତି ଏବଂ ଏଥେନାଙ୍କ ସହିତ ମଜାମସ୍ତି କରୁଥିବାର ଅନେକ ଫଟୋ ସାମନାକୁ ଆସିଛି । ସୁହାନା ଖୁବ୍ ଶୀଘ୍ର ବଲିଉଡରେ ଏଣ୍ଟ୍ରି କରିବେ ବୋଲି ଶୁଣାଯାଉଥିଲେ ମଧ୍ୟ ଏବେ ସେ ଲଣ୍ଡନରେ ଗ୍ରାଜୁଏସନ୍ କୋର୍ସ କରୁଛନ୍ତି । ପାଠପଢା ସରିବା ପରେ ସେ ଅଭିନୟରେ ନିଜର କ୍ୟାରିୟର୍ ଗଢିବାକୁ ଚାହାନ୍ତି ଏବଂ ଶାହରୁଖଙ୍କ ଫିଲ୍ମ ‘ଜିରୋ’ରେ ସେ ଶାହରୁଖଙ୍କୁ ଆସିଷ୍ଟ୍ କରିଥିଲେ ବୋଲି ସେହି ସମୟରେ ଅନେକ ଚର୍ଚ୍ଚା ହୋଇଥିଲା ।

Leave a Reply

Your email address will not be published.