ବାସ୍ତୁ ଟିପ୍ସ: ସ୍ନାନ ପରେ କରନ୍ତୁ ଏହି କାମ, ଦୂର ହେବ ନକାରାତ୍ମକ ଶକ୍ତି

ଘରୁ ନକାରାତ୍ମକ ଶକ୍ତି ଦୂର କରିବା ସହିତ ଘରେ ସୁଖ ସମୃଦ୍ଧି ବୃଦ୍ଧି କରିବାକୁ ଚାହୁଁଥିଲେ ପ୍ରତିଦିନ କେବଳ ଗୋଟିଏ କାମ କରିଦିଅନ୍ତୁ । ପ୍ରତିଦିନ ସ୍ନାନ ପରେ ସଙ୍ଗେ ସଙ୍ଗେ ପ୍ରଥମେ ଘରର ମୁଖ୍ୟ ଦ୍ୱାରରେ ଥିବା ପାଣି କଳସୀର ପାଣିକୁ ନେଇ ତୁଳସୀ କିମ୍ବା ବେଲଗଛ ମୂଳରେ ଢାଳି ଦିଅନ୍ତୁ । ଏହା ବ୍ୟତୀତ ସେହି ପାଣିକୁ ଆପଣ କୌଣସି ଫୁଲଗଛରେ ମଧ୍ୟ ଢାଳିପାରିବେ । କିନ୍ତୁ ସେହି ପାଣିକୁ କେବେ ମଧ୍ୟ ମୁଖ୍ୟ ଦ୍ୱାର ସାମନାରେ, କୌଣସି ଶୁଖିଲା ସ୍ଥାନରେ କିମ୍ବା ମନିପ୍ଲାଣ୍ଟରେ ପକାନ୍ତୁ ନାହିଁ । ପାଣି ପକାଇବା ପରେ ପୁଣିଥରେ କଳସୀରେ ଭଲ ପାଣି ରଖନ୍ତୁ । ପାଣିକୁ ସେହିପରି ଖାଲି ଛାଡ଼ନ୍ତୁ ନାହିଁ । ସେହି ପାଣି ପାତ୍ରରେ ଫୁଲ କିମ୍ବା ତୁଳସୀଟିଏ ନିଶ୍ଚିତ ଭାବେ ପକାନ୍ତୁ । ପ୍ରଥମେ ଏହି କାମ ସରିବା ପରେ ହିଁ ପୂଜାଘରକୁ ଯାଆନ୍ତୁ । ଏଭଳି କରିବା ଦ୍ୱାରା ଘରେ ଥିବା ନକାରାତ୍ମକ ଶକ୍ତି ଦୂର ହୋଇଥାଏ । ଏହା ସହିତ ପରିବାର ସଦସ୍ୟଙ୍କ ମଧ୍ୟରେ ସ୍ନେହ ଓ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ ।

Leave a Reply

Your email address will not be published. Required fields are marked *