ବାପା ହେବାକୁ ଯାଉଛନ୍ତି କପିଲ୍

ଲଣ୍ଡନ୍ ୱାର୍ଲଡ୍ ବୁକ୍ ଅଫ୍ ରେକର୍ଡ଼ ପକ୍ଷରୁ ବେଷ୍ଟ୍ ଷ୍ଟାଣ୍ଡଅପ୍ କମେଡ଼ିଆନ ସମ୍ମାନରେ ସମ୍ମାନିତ ହେବା ପରେ କପିଲ୍ ଶର୍ମାଙ୍କ ହାତରେ ଏବେ ଆଉ ଏକ ଖୁସି ଧରା ଦେଇଛି। ଆଉ କିଛି ମାସ ପରେ କପିଲ୍ ବାପା ହେବାକୁ ଯାଉଛନ୍ତି । ଅନେକ ଦିନ ପୂର୍ବରୁ ଏ ସମ୍ପର୍କରେ ଅନେକ ଉଡ଼ା ଖବର ଶୁଣିବାକୁ ମିଳୁଥିଲା ।

କିନ୍ତୁ ଏବେ କପିଲ୍ ଓ ଗିନ୍ନିଙ୍କ ପରିବାର ଓ ତାଙ୍କର ସାଙ୍ଗସାଥିମାନେ ଏହି ଖବରରେ ମୋହର ମାରିଛନ୍ତି । ଉଭୟ ପରିବାର ସେହି କୁନି ସଦସ୍ୟଙ୍କ ସ୍ୱାଗତ କରିବାରେ ଏବେଠାରୁ ଲାଗି ପଡ଼ିଛନ୍ତି । ଆସନ୍ତା ଡିସେମ୍ବର ମାସରେ ଗିନ୍ନି ଚତରଥ ମା’ ହେବେ ବୋଲି ସୂଚନା ମିଳିଛି। ଆଜିକାଲି କପିଲ୍ ଗିନ୍ନିଙ୍କୁ ଅଧିକରୁ ଅଧିକ ସମୟ ଦେବାକୁ ଚାହୁଁଛନ୍ତି । ଏଥିପାଇଁ ସେ ଶୋ’ର ସୁଟିଂ ସେଡ୍ୟୁଲରେ କିଛି ପରିବର୍ତନ କରିଛନ୍ତି ।

କପିଲଙ୍କ ଶୋ’ ଟିଆରପି କ୍ଷେତ୍ରରେ ଭଲ ପ୍ରଦର୍ଶନ କରୁଥିବାରୁ କପିଲ୍ ଓ ସମ୍ପୂର୍ଣ୍ଣ ଟିମ୍ ଖୁବ୍ ଉତ୍ସାହିତ ଜଣାପଡ଼ୁଛନ୍ତି । କପିଲ୍ ବାପା ହେବେ ବୋଲି କନଫର୍ମ ହେବା ପରଠାରୁ ପ୍ରଶଂସକଙ୍କ ପକ୍ଷରୁ ତାଙ୍କ ପାଖକୁ ଶୁଭକାମନାର ସୁଅ ଛୁଟିଛି ।

Leave a Reply

Your email address will not be published.