ଖରାଦିନରେ ଆଖିର ରେଟିନା ପ୍ରଭାବିତ ହୁଏ, ଜାଣନ୍ତୁ ଏହାର ସମାଧାନ
ଦିନକୁ ଦିନ ଖରାର ପ୍ରକୋପ ବଢିବାରେ ଲାଗିଛି । ଏହି ଅସହ୍ୟ ତାତି ଯୋଗୁଁ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ଦେଖିବାକୁ ମିଳୁଛି । ନେତ୍ର ବିଶେଷଜ୍ଞଙ୍କ ଅନୁଯାୟୀ ଗରମ ଦିନରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥାଏ ଆଖିର ରେଟିନା । ରେଟିନା ଖରାପ ହେବା କାରଣରୁ ଦୃଷ୍ଟିଶକ୍ତି ସମ୍ବନ୍ଧୀୟ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ । ଖରାରେ ବାହାରକୁ ଯିବା ସମୟରେ ସନ୍ ଗ୍ଲାସ୍ ପିନ୍ଧିଥିଲେ ମଧ୍ୟ ଆଖି ଉପରେ କୁପ୍ରଭାବ ପଡ଼ିପାରେ ବୋଲି ନେତ୍ର ବିଶେଷଜ୍ଞମାନେ କହିଛନ୍ତି । ତେଣୁ ଖରାଦିନରେ କିଭଳି ଭାବେ ଆଖିର ଯତ୍ନ ନେଇ ହେବ, ସେ ସମ୍ପର୍କରେ ଜାଣିରଖନ୍ତୁ କିଛି ଟିପ୍ସ୍ –
୧- ଖରାଦିନରେ ପ୍ରତି ୨-୩ ଘଣ୍ଟା ବ୍ୟବଧାନରେ ଆଖିକୁ ପାଣିରେ ସଫା କରନ୍ତୁ ।
୨- ଖରାଦିନେ ଅଧିକାଂଶ ବ୍ୟକ୍ତି ସୁଇମିଙ୍ଗ୍ ପୁଲର ମଜା ନେଇଥାନ୍ତି । କିନ୍ତୁ ଏଥିରେ ଅଧିକ ବ୍ୟକ୍ତି ଏକାଠୀ ଥିବାରୁ ଆଖି ଇନଫେକ୍ସନ୍ ହେବାର ଆଶଙ୍କା ଅଧିକ ଥାଏ । ତେଣୁ ସୁଇମିଙ୍ଗ୍ ପୁଲକୁ ଯିବା ପୂର୍ବରୁ ନିଶ୍ଚିତ ଭାବେ ସୁଇମିଙ୍ଗ୍ ଗଗଲସ୍ ପିନ୍ଧନ୍ତୁ ।
୩- ଆଖି ଉପରେ କାକୁଡ଼ି ରଖନ୍ତୁ କିମ୍ବା ୧-୨ଟୋପା ବାଦାମ୍ ତେଲ ନେଇ ଆଖିର ଚାରିପଟରେ ୨-୩ ମିନିଟ୍ ହାଲ୍କା ମାଲିସ୍ କରନ୍ତୁ ।
୪- ଗୋଲାପ ଜଳ ଓ ଚନ୍ଦନ ପାଣି ମିଶାଇ ସେଥିରେ ଏକ ତୁଳାକୁ ବୁଡ଼ାଇ ଆଖିର ଚାରିପାଖରେ ଲଗାନ୍ତୁ । ଏହା ଆଖିକୁ ଥଣ୍ଡା ରଖିବ ।
୫- ବାହାରୁ ଆସି ସଙ୍ଗେ ସଙ୍ଗେ କୁଲର୍ ସାମନାରେ ମୁହଁ ରଖି ବସନ୍ତୁ ନାହିଁ । ଏହା ଦ୍ୱାରା ଆଖିର ରେଟିନା ଅଧିକ ପ୍ରଭାବିତ ହୋଇଥାଏ ।
୬- ଖରାଦିନେ ଯେତିକି ସମ୍ଭବ ଆଖିର କୌଣସି ପ୍ରକାର ମେକଅପରୁ ଦୂରେଇ ରୁହନ୍ତୁ ।