‘କେବିସି ୧୧’ର ଫାଷ୍ଟ୍ ଏପିସୋଡ୍ ଅଗଷ୍ଟରେ
ଟେଲି ଦୁନିଆର ଲୋକପ୍ରିୟ ଶୋ’ ‘କୌନ୍ ବନେଗା କରୋଡ଼ପତି’ ୧୧ତମ ସଂସ୍କରଣ ସହିତ ପୁଣିଥରେ ଫେରିବ ବୋଲି ବହୁ ପୂର୍ବରୁ ଖବର ଆସିସାରିଛି । ବିଗ୍ ବିଙ୍କୁ ପୁଣିଥରେ ଛୋଟ ପରଦାରେ ଦେଖିବା ପାଇଁ ଚାହିଁ ରହିଥିବା ପ୍ରଶଂସକ ଓ ଦର୍ଶକଙ୍କ ପାଇଁ ଏବେ ଆଉ ଏକ ଖୁସି ଖବର ଶୁଣିବାକୁ ମିଳୁଛି ।
ଆସନ୍ତା ଅଗଷ୍ଟ ମାସରେ ଶୋ’ର ଫାଷ୍ଟ୍ ଏପିସୋଡ୍ ଅନଏୟାର୍ ହେବ ବୋଲି ସୂଚନା ମିଳିଛି । ମିଡିଆ ସୂତ୍ରରୁ ପ୍ରକାଶ ଯେ ଶୋ’ର କ୍ରିଏଟିଭ୍ ଟିମ୍ ସିଜନର ଥିମ୍ ଉପରେ କାମ ଆରମ୍ଭ କରିସାରିଛନ୍ତି । ପ୍ରତିବର୍ଷ ଭଳି ନିର୍ଦ୍ଦେଶକ ନିତେଶ୍ ତିୱାରୀ ଶୋ’ର କ୍ୟାମ୍ପେନ୍ ପ୍ରସ୍ତୁତ କରିବେ । ଏହାର କନସେପ୍ଟକୁ ନେଇ ପୂର୍ବ ପ୍ରସ୍ତୁତି ଚାଲୁରହିଛି । ସବୁକିଛି ଠିକ୍ ରହିଲେ ଚଳିତମାସ ଶେଷ ସୁଦ୍ଧା ଏହିସବୁ କାମ ସରିଯିବ ଏବଂ ଆସନ୍ତା ଜୁନ୍ ଓ ଜୁଲାଇ ମାସରେ ଶୋ’ର ସୁଟିଂ ଓ ମଙ୍କ୍ ସୁଟ୍ ଓ ରିହରର୍ସାଲ୍ କାମ ଆରମ୍ଭ ହେବ । ଦୁଇମାସ ପରେ ଅଗଷ୍ଟ ମାସରେ ଶୋ’ର ପ୍ରିମିୟର୍ ଓ ପ୍ରଥମ ଅଧ୍ୟାୟ ପ୍ରସାରିତ ହେବ । କହିରଖୁଛୁ ୨୦୦୦ରେ ପ୍ରଥମେ କେବିସି ଆରମ୍ଭ ହୋଇଥିଲା । ଏହାର ଲୋକପ୍ରିୟତା ପାଇଁ ଏବେ ଏହି ଶୋ’୧୯ ବର୍ଷରେ ପଦାର୍ପଣ କରିଛି ।